29.1 C
Bhubaneswar
Tuesday, June 24, 2025
Homeଦେଶ ବିଦେଶବିମାନ ଦୁର୍ଘଟଣା: ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି

ବିମାନ ଦୁର୍ଘଟଣା: ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି

ଅହମ୍ମଦାବାଦ: ଅହମ୍ମଦାବାଦରେ ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ବରେ ଗଠନ କରାଯାଇଥିବା କମିଟି ଦୁର୍ଘଟଣାର କାରଣ ଖୋଜିବ । ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ କମିଟି ଗଠନ ସମ୍ପର୍କରେ ସୂଚନା ଦିଆଯାଇଛି। ବିମାନ ଦୁର୍ଘଟଣା ରୋକିବା ଏବଂ ପରିଚାଳନା କରିବା ପାଇଁ ଜାରି କରାଯାଇଥିବା ଏସଓପି ପାଳନ କରାଯାଇଥିଲା କି ନାହିଁ ଏହି କମିଟି ତାହାର ଯାଞ୍ଚ କରିବ । ସେହିପରି ଭବିଷ୍ୟତରେ ଏପରି ଘଟଣାର ମୁକାବିଲା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀକୁ ନେଇ ମଧ୍ୟ ଏହି କମିଟି ପରାମର୍ଶ ଦେବ ।  ୩ମାସ ମଧ୍ୟରେ ଯାଞ୍ଚ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ ଏହି କମିଟି । ଗୁରୁବାର ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ମୋଟ ୨୬୫ ଜଣଙ୍କ ମୃତ୍ୟୁ ଘଟିଥିଲା । ବିମାନଟି ଅହମ୍ମଦାବାଦରୁ ଇଂଲଣ୍ଡ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking