ଭୁବନେଶ୍ୱର: ଧାମରା ଉଡାବାଲି ଦ୍ୱୀପରେ ପତାକା ଉତ୍ତୋଳନ ପରେ ଡିଜିପି ୱାଇ. ବି. ଖୁରାନିଆଙ୍କ ପ୍ରତିକ୍ରିୟା । ଡିଜିପି କହିଛନ୍ତି ଯେ ସବୁ ଦ୍ୱୀପରେ ପତାକା ଉତ୍ତୋଳନ ଗତବର୍ଷ ଠାରୁ ଆରମ୍ଭ ହୋଇଛି । ଲୋକଙ୍କ ଭିତରେ ଜାତୀୟ ସୁରକ୍ଷା ସଚେତନତା ବାର୍ତ୍ତା ପାଇଁ ପଦକ୍ଷେପ । ଡ୍ରୋନ୍ ଦ୍ୱାରା ଏରିଏଲ୍ ସର୍ଭେ ମଧ୍ୟ ଆରମ୍ଭ ହୋଇଛି । ୩ ବର୍ଷ ଭିତରେ ଓଡିଶାରେ ତଟ ସୁରକ୍ଷା ସବୁଠୁ ଉଚ୍ଚ କୋଟୀର ହେବ । ସୂଚନାଯୋଗ୍ୟ, ଉଡାବାଲି ଦ୍ୱୀପରେ ଆଜି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ରାଷ୍ଟ୍ରୀୟ ଏକତା ଏବଂ ସୁରକ୍ଷାର ପ୍ରତୀକ ଭାବେ ସମୁଦ୍ରର ମଝିରେ ଥିବା ଏହି ଦ୍ୱୀପରେ ଉଡୁଛି ତ୍ରିରଙ୍ଗା ।










