13.1 C
Bhubaneswar
Thursday, January 15, 2026
Homeଓଡିଶାଏ.ଆଇ.ସି.ସି. ପକ୍ଷରୁ ପ୍ରକାଶ ପାଇଲା ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗର ପଦାଧିକାରୀ ତାଲିକା

ଏ.ଆଇ.ସି.ସି. ପକ୍ଷରୁ ପ୍ରକାଶ ପାଇଲା ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗର ପଦାଧିକାରୀ ତାଲିକା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗକୁ ସୁଦୃଢ଼ ତଥା କ୍ରିୟାଶିଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସୁପାରିଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କ ଅନୁମୋଦନ କ୍ରମେ ଏ.ଆଇ.ସି.ସି. ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ପୱନ ଖେରା ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ପଦାଥିକାରୀଙ୍କୁ ନିମ୍ନମତେ ନିଯୁକ୍ତି ଦେଇଛନ୍ତି । ଏହି କମିଟିରେ ଅମୀୟ ପାଣ୍ଡବ ଉପାଧ୍ୟକ୍ଷ ରହିଥିବାବେଳେ, ଦୀପକ କୁମାର ମହାପାତ୍ର ଗଣମାଧ୍ୟମ ସଂଯୋଜକ ଓ ପ୍ରେସ ଦାୟିତ୍ୱରେ ରହିଛନ୍ତି ।

ସେହିପରି ଜଗଦାନନ୍ଦ ପ୍ରଧାନ ରିସର୍ଚ୍ଚ ଡାଟା ଇନ୍‌ଫରମେସନ ଦାୟିତ୍ୱରେ ରହିଛନ୍ତି । ଅନୁରୂପ ଭାବେ ପର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ସାଗର ଚରଣ ଦାସ, ସୋଫିଆ ଫିର୍‌ଦୋଷ, ହମିଦ ହୁସେଲ, ଅଭିଶେକ ମହାନନ୍ଦ, ରଜୀନ କୁମାର ମହାନ୍ତି, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ କୁମାର ଶତପଥି, ସୋନାଲି ସାହୁ, ସମ୍‌ସିଦ୍ ତାୟବ, ଦେବାଶିଷ ଭୂୟାଁ, ଜୟଶ୍ରୀ ପାତ୍ର, ମନିସା ଦାସ ପଟ୍ଟନାୟକ, ହିମାଂଶୁୂ କୁମାର ଲେଙ୍କା, ଲଲାଟେନ୍ଦୁ ଦାସ, ବିଭୁତି ଭୂଷଣ ମହାପାତ୍ର, ମାନସ ରଞ୍ଜନ ଚୌଧୁରୀ, ନଳୀନକାନ୍ତ ନାୟକ ପ୍ରମୁଖ ମୁଖପାତ୍ର ରହିଥିବାବେଳେ ଅମିତା ଦାସ, ସଂଗ୍ରାମ କେଶରୀ ମାଝୀ, ରୂପଦିପ୍ତା ମହାପାତ୍ର, ଅଶୋକ କୁମାର ସ୍ୱାଇଁ ଝୁନା କୁମାରୀ ପଟ୍ଟନାୟକ, ମଧୁସ୍ମିତା ଆଚାର୍ଯ୍ୟ, ରାକେଶ କୁମାର ସାହୁ, ନିହାର ରଞ୍ଜନ ବେହେରା ପ୍ରମୁଖ ଗଣମାଧ୍ୟମର ପାନେଲିଷ୍ଟ ଭାବେ ଉକ୍ତ କମିଟିରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଗତକାଲି ଓଡ଼ିଶା ପ୍ରଦେଶ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ଅରବିନ୍ଦ ଦାସଙ୍କୁ ଏ.ଆଇ.ସି.ସି. ନିଯୁକ୍ତି ପ୍ରଦାନ କରିଥିଲା ବୋଲି ପିସିସି ଗଣମାଧ୍ୟମ ବିଭାଗ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking