24.1 C
Bhubaneswar
Thursday, January 15, 2026
Homeଓଡିଶାଓଡ଼ିଶାରେ ନାରୀ ନିର୍ଯାତନା ନେଇ ଏ.ଆଇ.ସି.ସି. ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଓଡ଼ିଶାରେ ନାରୀ ନିର୍ଯାତନା ନେଇ ଏ.ଆଇ.ସି.ସି. ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ଵର: ଓଡ଼ିଶାର ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା, କେନ୍ଦୁଝର ହରିଚନ୍ଦନପୁରରେ ଦୁଷ୍କର୍ମ ଓ ହତ୍ୟା, ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଅତ୍ୟାଚାର ଏବଂ ଗତ କିଛିବର୍ଷ ମଧ୍ୟରେ ହଜାର ହଜାର ମହିଳା ଓ ଶିଶୁ ନିଖୋଜ ହେବା ଭଳି ଚିନ୍ତାଜନକ ଘଟଣାକୁ ଗୁରୁତର ସହ ନେଇ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରି ତାଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ୫ ଜଣଙ୍କୁ ନେଇ ଗଠିତ ଉକ୍ତ କମିଟି ରେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଦିପା ଦାସମୁନସୀ, ଆବାହକ ରହିଥିବାବେଳେ, ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନ, ସାଂସଦ ଶ୍ରୀମତୀ ପ୍ରଣିତୀ ସିନ୍ଦେ,ସାଂସଦ ଶ୍ରୀମତୀ ଏସ ଯୋଥିମନି ଓ ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଶୋଭା ଓଜା ରହିଛନ୍ତି । ଉକ୍ତ କମିଟି ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଜିଲ୍ଲା ଗସ୍ତକରିବା ସହ ପରିସ୍ଥିତି ଅନୁଧ୍ୟାନ କରିବ ଏବଂ ସବିଶେଷ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦାଖଲ କରିବାକୁ ଏଆଇସିସି ସାଧାରଣ ସଂପାଦକ (ସଂଗଠକ) କେସି ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking