ଭୁବନେଶ୍ୱର: ‘ଏମ୍.ଏନ୍.ରେ.ଗା’ ଯୋଜନାରେବର୍ଷକୁ ୨୦୦ ଦିନ କାମଏବଂଦୈନିକମଜୁରୀ ୬୦୦ଟଙ୍କା, ଖାଦ୍ୟ ସୁରକ୍ଷା ଆଇନ୍ରେ ପୁଣି ନୂଆଗାଇଡ଼୍ଲାଇନ୍ ନକରିସମସ୍ତରେସନକାର୍ଡ଼ ଧାରୀଙ୍କୁମାସିକମୁଣ୍ଡପିଛାମାଗଣାରେ ୧୦ କେ.ଜି ଚାଉଳ ଓ ୧୪ଟି ନିତ୍ୟବ୍ୟବହାର୍ଯ୍ୟଜିନିଷରିହାତି ଦରରେଯୋଗାଇ ଦେବା, ଭୂ-ସଂସ୍କାର ଆଇନ୍ରସଂଶୋଧନ କରିଭାଗଚାଷ ଓ ଭାଗଚାଷୀଙ୍କୁସ୍ୱୀକୃତିଏବଂ ଚାଷୀ ପାଉଥିବାସମସ୍ତସରକାରୀସହାୟତାଯୋଗାଇ ଦେବା, ସାମାଜିକ ନିରାପତ୍ତା ଯୋଜନାରେକେବଳ ୮୦ ବର୍ଷରୁଉର୍ଦ୍ଧ୍ୱହିତାଧିକାରୀ ନୁହେଁସମସ୍ତହିତାଧିକାରୀଙ୍କୁମାସିକ ୩୦୦୦ଟଙ୍କା ଭତ୍ତା ଦେବା, କ୍ଷେତମଜଦୂର ଓ ଗ୍ରାମୀଣଶ୍ରମିକମାନଙ୍କ ପାଇଁକଲ୍ୟାଣବୋର୍ଡ଼ ଗଠନ କରିବା, ପ୍ରତ୍ୟେକଭୂମିହୀନ ପରିବାରକୁଜମି, ଘରଡ଼ିହ ପଟ୍ଟା ଦେବାସହିତ ୫ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ପ୍ରଦାନ କର ପ୍ରଭୃତି ଦାବୀସହମୋଟ ୧୨ ଦଫା ଦାବିଉପରେ ଆଜି ପୂର୍ବାହ୍ନରେମାଷ୍ଟରକ୍ୟାଣ୍ଟିନ ଛକ ଠାରୁଓଡ଼ିଶାକ୍ଷେତମଜଦୂରୟୁନିଅନ୍ର ଏକ ଗଣ ପଟୁଆରବାହାରିଲୟାର ପି.ଏମ୍.ଜି.ଠାରେବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କେନ୍ଦ୍ରରେବିଜେପିସରକାର ଆସିବା ପରଠାରୁଏମ୍.ଏନ୍.ରେଗାବାବଦକୁ ଅର୍ଥ ବରାଦ କମାଇବା ଫଳରେ ଆମରାଜ୍ୟରେକାର୍ଯ୍ୟ ଦିନ କମିବାକୁଲାଗିଛି । ଏହାଛଡ଼ାଏହିଯୋଜନାରେମେସିନ୍ରବ୍ୟବହାରଏବଂଠିକାଦାରବ୍ୟବସ୍ଥା ନଥିଲେ ମଧ୍ୟ ଏହିସମସ୍ତବ୍ୟବସ୍ଥା ଦ୍ୱାରାକାମକରିବା ଫଳରେ ଅନେକଜବ୍କାର୍ଡ଼ଧାରୀଲୋକେକାମ ପାଇବାରୁ ବଞ୍ôଚତହୋଇଛନ୍ତି । ଫଳରେରାଜ୍ୟରେ ଦାଦନ ସଂଖ୍ୟାବୃଦ୍ଧି ପାଇବାରେଲାଗିଛି । କୃଷିଶ୍ରମିକମାନେ ମଧ୍ୟ ଭାଗଚାଷକରନ୍ତି । ଭାଗଚାଷୀମାନଙ୍କୁଚିହ୍ନଟକରିବାବାସେମାନଙ୍କର ଅଧିକାରସଂପର୍କୀୟକୌଣସି ଆଇନ୍ରାଜ୍ୟରେ ଆଜି ପର୍ଯ୍ୟନ୍ତ ହୋଇ ପାରିଲାନାହିଁ । ରାଜ୍ୟରକୃଷିଶ୍ରମିକଏବଂଗ୍ରାମୀଣଶ୍ରମିକମାନଙ୍କ ପାଇଁ ମଧ୍ୟ କୌଣସିରାଜ୍ୟସରକାରଙ୍କଅମଳରେକଲ୍ୟାଣବୋର୍ଡ଼ ଗଠନ କରିଏମାନଙ୍କୁସାହାଯ୍ୟ ଦେବାରବ୍ୟବସ୍ଥାହୋଇ ପାରିନାହିଁ । ରାଜ୍ୟରେଡ଼ବଲଇଞ୍ଜିନ୍ବିଜେପିସରକାର ଆସିବା ପରେଏହି ଅଂଶରଲୋକଙ୍କମଧ୍ୟରେକିଛିଟା ଆଶା ସଞ୍ଚାରହୋଇଥିଲା । ମାତ୍ର ଆଜିତାହାମଉଳି ଯାଇଛି । ସମସ୍ତସାମାଜିକ ନିରାପତ୍ତା ଯୋଜନାରହିତାଧିକାରୀମାସିକ ୩୦୦୦ଟଙ୍କା ଭତ୍ତା ପାଇବେବୋଲି ଆଶା ଓ ବିଶ୍ୱାସ ପ୍ରକଟିତକରିଥିଲେ । କିନ୍ତୁଏସବୁ ଫସର ଫାଟିଗଲା । ବିଜେପିହେଉଛି ଏକ ଫମ୍ପା ଆବାଜକାରୀ ଦଳ ।
ଏମାନେ ଦେଶବାସୀଙ୍କୁସବୁସମୟରେଠକିବାଛଡ଼ା ଆଉକିଛିଜାଣି ନାହାଁନ୍ତି । ନିତ୍ୟବ୍ୟବହାର୍ଯ୍ୟଜିନିଷପତ୍ରର ଦରବୃଦ୍ଧିଲୋକଙ୍କୁହନ୍ତସନ୍ତ କଲାଣି । ଦୈନିକମଜୁରୀମାତ୍ର ୪୫୦ଟଙ୍କା ସ୍ଥିରକରିଛନ୍ତି । ଏଥର ବଜେଟ୍ରେ ମଧ୍ୟ କୌଣସି ଅଧିକ ଆର୍ଥିକବ୍ୟବସ୍ଥା ନାହିଁ । ରେସନକାର୍ଡ଼ଭୂତକାର୍ଡ଼କହିଲକ୍ଷଲକ୍ଷବାତିଲ୍କଲେଣି । ଖାଲି ଚାଉଳ ଦେଉଛନ୍ତି । କ୍ଷେତମଜଦୂରୟୁନିଅନ୍ ମୁଣ୍ଡପିଛା ୧୦ କେ.ଜି. କରି ଚାଉଳମାଗଣାରେରେସନରେ ଦେବାକୁ ଦାବିକରୁଛି । ଏହାସହିତ ୧୪ଟି ନିତ୍ୟବ୍ୟବହାର୍ଯ୍ୟଜିନିଷରିହାତି ଦରରେରେସନକାର୍ଡ଼ମାଧ୍ୟମରେ ଦେବା ପାଇଁ ଆଜିରଓଡ଼ିଶାକ୍ଷେତମଜଦୂରୟୁନିଅନ୍ରେ ପ୍ରତିବାଦ ବିକ୍ଷୋଭରେବିଭିନ୍ନବକ୍ତାବକ୍ତବ୍ୟରଖିଥିଲେ । ରାଜ୍ୟରେଏହିସମୟମଧ୍ୟରେ ଦଳିତ-ଆଦିବାସୀଏବଂମହିଳାମାନଙ୍କଉପରେ ଆକ୍ରମଣବଢିଛି । ଶାନ୍ତି-ଶୃଙ୍ଖଳାମଧ୍ୟ ବିପର୍ଯ୍ୟସ୍ତହୋଇଛିା ରାଜ୍ୟରମୋହନ ମାଝୀଙ୍କସରକାର ଏ ସମସ୍ତ ଅବସ୍ଥାକୁସାମନାକରିବାଏବଂସମାଧାନ କରିବାରେବିଫଳହୋଇଛି । ଗ୍ରାମୀଣଶ୍ରମିକଏବଂକ୍ଷେତମଜଦୂରମାନେ ଏକାଠିହେଲେଏବଂଲଢେଇକୁସଠିକ୍ରାସ୍ତାଚଳାଇଲେ ଯେ ସରକାରହେଉନାକାହିଁକିନାର୍ଯ୍ୟ ଦାବିମାନିବାକୁବାଧ୍ୟ ହେବେ । ଏଣୁ ଆଗାମୀ ଦିନରେରାଜ୍ୟରବିଭିନ୍ନବ୍ଲକସ୍ତରରେ ଆନ୍ଦୋଳନ ବ୍ୟାପକକରିବା ପାଇଁ ଆଜିରବିକ୍ଷୋଭରେବିଭିନ୍ନବକ୍ତାବକ୍ତବ୍ୟରଖିଥିଲେ ।
ଆଜିରବିକ୍ଷୋଭରେକ୍ଷେତମଜଦୂରୟୁନିଅନ୍ରରାଜ୍ୟସାଧାରଣସଂପାଦକ ନିର୍ମଳ ନାୟକ, ଓଡ଼ିଶାକୃଷକସଭାରରାଜ୍ୟସାଧାରଣସଂପାଦକ ସୁରେଶଚନ୍ଦ୍ର ପାଣିଗ୍ରାହୀ, କ୍ଷେତମଜଦୂରୟୁନିଅନର ରାଜ୍ୟଉପସଭାପତିଶିଶିରହୁଇ, ନିତ୍ୟାନନ୍ଦ ପରିଡ଼ା, ଦିପ୍ତିମାନ ଆଚାର୍ଯ୍ୟ, ଗିରିଧାରୀ ନାଥ, ପ୍ରଫୁଲ୍ଲ ପାଢୀ, ଦଣ୍ଡପାଣିରଇତ, ଗୋକୁଳ ଦଣ୍ଡପାଣି, ବିପିନ ନାୟକ, ଦୁଶାସନ ଜେନା, ହରିସସିଂ, ପ୍ରଫୁଲ୍ଲଭୋଇ ପ୍ରମୁଖବକ୍ତବ୍ୟରଖିଥିଲେ । ବଣାଇବିଧାୟକଲକ୍ଷ୍ମଣମୁଣ୍ଡା ପ୍ରତିବାଦ ସ୍ଥଳରେ ପହଞ୍ôଚ ଆଜିରକ୍ଷେତମଜଦୂରୟୁନିଅନ୍ର ଦାବିଗୁଡ଼ିକ ପ୍ରତିସମର୍ଥନ କରିବାସହବିଧାନସଭାମଧ୍ୟରେ ଦାବିଗୁଡ଼ିକଉଠାଇବେବୋଲିଘୋଷଣାକରିଥିଲେ । ଏହିସଂଗଠନରରାଜ୍ୟସଭାପତିବିକର୍ତ୍ତନ କବିସଭାପତିତ୍ୱକରିଥିଲେ । ଶେଷରେ ନିର୍ମଳ ନାୟକଙ୍କନେତୃତ୍ୱରେସୁରେଶଚନ୍ଦ୍ର ପାଣିଗ୍ରାହୀ, ଶିଶିରହୁଇ, ନିତ୍ୟାନନ୍ଦ ପରିଡ଼ା ପ୍ରଭୃିତି ପ୍ରତିନିଧି ଦଳ କୃଷିବିଭାଗ ନିର୍ଦ୍ଦେଶକଙ୍କୁସାକ୍ଷାତକରିମାନ୍ୟବରମୁଖ୍ୟମନ୍ତ୍ରୀଏବଂମୁଖ୍ୟଶାସନ ସଚୀବଙ୍କଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ମାନ୍ୟବରମୁଖ୍ୟଶାସନ ସଚୀବଏହିସଂଗଠନର ପ୍ରତିନିଧି ମାନଙ୍କସହଉପରୋକ୍ତ ଦାବିଉପରେ ଆଲୋଚନା ପାଇଁସମୟ ନିର୍ଘଣ୍ଟସ୍ଥିରକରିଡ଼ାକିବେବୋଲି ପ୍ରତିଶୃତି ଦେବା ପରେଗଣବିକ୍ଷୋଭସ୍ଥଗିତହୋଇଥିଲା ।