ଭୁବନେଶ୍ୱର: ଆଗାମୀ କଛିିି ବର୍ଷରେ ଟେକ୍ନୋଲୋଜିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଏବେଠାରୁ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଚାହିଦା ଅନେକ କ୍ଷେତ୍ରରେ ବଢିବାରେ ଲାଗିିଛି । ଭବିଷ୍ୟତରେ କେହି ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି । ଏହି ପରିପ୍ରେକ୍ଷୀରେ ସରକାରୀ କର୍ମଚାରୀ ମଧ୍ୟ AI ପାଠ ପଢ଼ିବେ । ସରକାରୀ କର୍ମଚାରୀ AI ପାଠ ସହ ସାଇବର ସୁରକ୍ଷା ପାଠ ମଧ୍ୟ ପଢ଼ିବେ । AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କର ରାଙ୍କିଙ୍ଗ ବଢିବ । ପ୍ରତି ମାସରେ ଅତିକମ୍ରେ ଗୋଟିଏ ପାଠ୍ୟକ୍ରମ ପଢିବେ । ରାଜ୍ୟର ରାଙ୍କିଂକୁ ଉନ୍ନତ କରିବା ପାଇଁ, ତିନୋଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବାକୁ ପଡିବ । ଗୋଟିଏରୁ ଅଧିକ ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କ ରାଙ୍କିଂକୁ ବୃଦ୍ଧି କରାଯିବ । ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୬ ସୁଦ୍ଧା ୩ ଲକ୍ଷ ୮୮ ହଜାର ୮୫୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୧୮ ଲକ୍ଷ ୮୦ ହଜାର ୩୩୨ ଜଣ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୨ ଲକ୍ଷ ୪୫ ହଜାର ୯୫୬ ଜଣ ଏଆଇ ସମ୍ପର୍କିତ ପାଠ୍ୟକ୍ରମ ଶେଷ କରିସାରିଛନ୍ତି ।










