20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶଦେଶରେ ଲାଗିବ ଏଆଇ ସ୍ମାର୍ଟ ୱାଟର ମିଟର

ଦେଶରେ ଲାଗିବ ଏଆଇ ସ୍ମାର୍ଟ ୱାଟର ମିଟର

ନୂଆଦିଲ୍ଲୀ: ଆଡଭାନ୍ସ ହେଉଛି ଭାରତ । ଦେଶରେ ବୃଦ୍ଧି ପାଉଛି ଏଆଇ ବ୍ୟବହାର । ଏଣିକି ଭାରତରେ ଲାଗିବ ଏଆଇ ସ୍ମାର୍ଟ ୱାଟର ମିଟର । ଏହାର ଆରମ୍ଭ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ହେବ । ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ସହରରେ ଏଆଇ ସ୍ମାର୍ଟ ୱାଟର ମିଟର ଲଗାଇବ । ଏଥିରୁ ଅନଆକାଉଣ୍ଟେଟେଡ୍‌-ଫୋର୍‌ ଓ୍ବାଟର ଚିହ୍ନଟ ହେବ । ତେବେ ବିଡବ୍ଲୁଏସଏସବି ଯେତିକି ପାଣି ସପ୍ଲାଇ କରେ ଆଉ ଗ୍ରାହକ ଯେତିକି ବିଲ୍‌ ଦିଅନ୍ତି, ଏହା ମଧ୍ୟରେ ଥିବା ପାର୍ଥକ୍ୟକୁ ଅନଆକାଉଣ୍ଟେଟେଡ୍‌-ଫୋର୍‌ ଓ୍ବାଟର ବା ଅନାବଶ୍ୟକ-ଜଳ କୁହାଯାଏ । ପ୍ରଥମ ପର୍ଯ୍ୟାୟରେ କେବଳ କମର୍ସିଆଲ୍‌ ଗ୍ରାହକଙ୍କୁ ଏଆଇ ସ୍ମାର୍ଟ ୱାଟର ମିଟର ଯୋଗାଇ ଦିଆଯିବ । ପ୍ରାରମ୍ଭରେ ପିପିପି ମଡେଲରେ ୨ହଜାର ମିଟର ସ୍ଥାପନ କରାଯିବ । ଏହାପରେ ଏଆଇ ସ୍ମାର୍ଟ ୱାଟର ମିଟରର ପରିସରପ୍ରାୟ ୯୮ ହଜାରକୁ ବୃଦ୍ଧି କରାଯିବ । ଯାହାଫଳରେ ଜଳ ଯୋଗାଣର ତଥ୍ୟ ବିଶ୍ଳେଷଣ । ଏଆଇ ସ୍ମାର୍ଟ ୱାଟର ମିଟର ଜଳ ବ୍ୟବହାରର ରିଅଲ୍‌ ଟାଇମ୍‌ ତଥ୍ୟ ପ୍ରଦାନ କରିବ ଏବଂ ଲିକ ଚିହ୍ନଟ କରିବ । ଯାହା ଜଳ ଯୋଗାଣ ପରିଚାଳନାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking