29.1 C
Bhubaneswar
Friday, July 11, 2025
Homeଦେଶ ବିଦେଶଅହମ୍ମଦାବାଦ ବିମାନ ଦୁର୍ଘଟଣା: ମିଳିଲା ଦ୍ୱିତୀୟ ବ୍ଲାକବକ୍ସ

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ମିଳିଲା ଦ୍ୱିତୀୟ ବ୍ଲାକବକ୍ସ

ଅହମ୍ମଦାବାଦ: କେମିତି ଅହମ୍ମଦାବାଦର  ଶିକାର ହେଲା ଏୟାର ଇଣ୍ଡିଆର ବୋଇଂ  ଲାଇନର ବିମାନ ।  କାରଣ ଖୋଜା ଚାଲିଥିବା ବେଳେ ଉଦ୍ଧାର ହୋଇଛି  ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ୱିତୀୟ  ବ୍ଲାକ ବକ୍ସ । ପୂର୍ୱରୁ ବିମାନର ଭଗ୍ନାବଶେଶ ତଳୁ  ଗୋଟିଏ ବ୍ଲାକ ବକ୍ସ ମିଳିଥିଲା । ତଦନ୍ତ ଭିତରେ ବିମାନର ଦୁଇଟି ଯାକ ବ୍ଲାକ ବକ୍ସ ମିଳିସାରିଛି । ଏବେ ମିଳିଥିବା ବ୍ଲାକ ବକ୍ସରେ ରହିଛି କକପିଟ ଭଏସ ରେକର୍ଡର । ପୂର୍ୱରୁ ମିଳିଥିବା ବ୍ଲାକବକ୍ସରେ ରହିଛି  ହାଇ ଡାଟା ରେକର୍ଡର । ଦୁଇଟିଯାକ ବ୍ଲାକ ବକ୍ସ ମିଳିଥିବାରୁ  ତଦନ୍ତରେ  ଏହା ସହାୟକ ହେବ । କକପିଟ ଭଏସ ରେକଡର ବ୍ଲାକବକ୍ସ ମିଳିଥିବା  ତଦନ୍ତକାରୀ ଟିମ ସ୍ପଷ୍ଟ କରିଛନ୍ତି ।  ଏଥିରୁ ଜଣାପଡିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ ଯେଉଁଥିରେ  ୨୪୧ ଜଣଙ୍କ ସମେତ  ୨୭୦ ଜଣଙଅକ ମୃତ୍ୟୁ ହୋଇଥିଲା ।  ପିଏମ ପ୍ରମୁଖ ସଚିବ ପିକେ ମିଶ୍ର ଗତକାଲି ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ ।  ଏତିକି ବେଳେ ତଦନ୍ତକାରୀ ଟିମ ଦୁଇଟି ଯାକ ବ୍ଲାକବକ୍ସ ମିଳିଥିବା  ସୂଚନା ଦେଇଥିଲେ ।  ଏୟାରକ୍ରାଫ୍ଟ  ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ  ଏବେ ବ୍ଲାକ ବକ୍ସ ଡାଟାକୁ  ଡିକୋଡ କାମ ଆରମ୍ଭ କରିଛି । ଡିଜିସିଏ ଏବଂ ଆଇବି ଅଧିକାରୀ ମଧ୍ୟ ଯାଞ୍ଚ କାଯ୍ୟରେ  ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking