33.1 C
Bhubaneswar
Saturday, June 21, 2025
Homeଓଡିଶାଅହମ୍ମଦାବାଦ ବିମାନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ମୋଦୀ

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ଅହମ୍ମଦାବାଦ  ବିମାନ ଦୁର୍ଘଟଣାକୁ ନେଇ  ଏକ୍ସରେ ଦୁଃଖ ପ୍ରକାଶ କଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚଯ୍ୟ ଜନିତ ଓ ହୃଦୟ ବିଦାରକ । ସହେଯାଗ ପାଇଁ ମନ୍ତ୍ରୀ ଓ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗରେ ଅଛି । ଦୁଃଖ ପ୍ରକାଶ ସହ ଉଦ୍ଧାର କାଯ୍ୟ ତ୍ୱରାନ୍ୱିତ କରାଯାଇଥିବା କହିଲେ ଅମିତ ଶାହ ।  ସୂଚନା ଥାଉକି, ଆଜି ଗୁଜୁରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଟେକ୍‌-ଅଫ୍‌ ପରେ କ୍ରାସ୍ ହୋଇଗଲା ବିମାନ । ବିମାନରେ ୧୨ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୪୨ ଯାତ୍ରୀ ଥିଲେ । ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଦୁର୍ଘଟଣାସ୍ଥଳରୁ ବହଳ କଳା ଧୂଆଁ ଉଠୁଥିବାର ଦେଖାଯାଉଛି । ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି । ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଯାହା ସୂଚନା ମିଳୁଛି, ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking