28.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶଅହମ୍ମଦାବାଦ ବିମାନ ଦୁର୍ଘଟଣା, ହୃଦୟ ବିଦାରକ ବିପର୍ଯ୍ୟୟ: ରାଷ୍ଟ୍ରପତି

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ହୃଦୟ ବିଦାରକ ବିପର୍ଯ୍ୟୟ: ରାଷ୍ଟ୍ରପତି

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଶୋକ ପ୍ରକାଶ କରିଛନ୍ତି । ହୃଦୟ ବିଦାରକ ବିପଯ୍ୟୟ କହିଲେ ।  ଆହୁରି କହିଛନ୍ତି, ମୋର ପ୍ରାର୍ଥନା ଓ ସମବେଦନା ପ୍ରଭାବିତଙ୍କ ପ୍ରତି  ପ୍ରତି ରହିଛି । ଏଭଳି ଅବଣ୍ଣନୟ ଦୁଃଖଦ ମୂହୁର୍ତ୍ତରେ ପୂରା ଦେଶ  ସେମାନଙ୍କ ସହିତ ଅଛି । ସୂଚନା ଥାଉକି,ଗୁଜୁରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଟେକ୍‌-ଅଫ୍‌ ପରେ କ୍ରାସ୍ ହୋଇଗଲା ବିମାନ । ବିମାନରେ ୧୨ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୪୨ ଯାତ୍ରୀ ଥିଲେ । ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଦୁର୍ଘଟଣାସ୍ଥଳରୁ ବହଳ କଳା ଧୂଆଁ ଉଠୁଥିବାର ଦେଖାଯାଉଛି । ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି । ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଯାହା ସୂଚନା ମିଳୁଛି, ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking