24.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶଅହମ୍ମଦାବାଦ ବିମାନ ଦୁର୍ଘଟଣା: ୧୧୦ ମୃତ !

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ୧୧୦ ମୃତ !

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେଉଥିବା ଦେଖାଯାଇଛି। ବିମାନରେ ୨୩୦ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ବୋଲି କୁହାଯାଉଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏହା ସହ ୨୪୨ଜଣକ ମଧ୍ୟରୁ ୧୬୯ଜଣ ଭାରତୀୟ ୫୩ ଜଣ ବ୍ରିଟିଶ, ୧ ଜଣ କାନାଡିଆନ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ବିମାନରେ ଯାତ୍ରା କରୁଥିଲେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଆସନ୍ନ ବିପଦ ଜାଣିପାରି ପାଇଲଟ ମେଡେ କଲ କରିଥିବା ସ୍ପଷ୍ଟ ହୋଇଛି ।  ଏହି ବିମାନ ଦୁର୍ଘଟମାରେ ୧୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ବିମାନଟି ପୂରା ଜଳିଥିବାରୁ ମୃତାହତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।  ବିମାନରେ ଗୁଜୁରାଟର ପୂର୍ୱତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ ।   ତାଙ୍କ ଅବସ୍ଥା ନେଇ ଏଯାବତ ସ୍ପଷ୍ଟ ହୋଇପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking