ଭୁବନେଶ୍ୱର: ରାଜ୍ୟରେ ରବି କ୍ୟାମ୍ପେନ ଆରମ୍ଭ କଲା କୃଷି ବିଭାଗ । ଡାଲି ଓ ତୈଳବିଜ ଚାଷ ପାଇଁ ରବି କ୍ୟାମ୍ପେନ କାର୍ଯ୍ୟକ୍ରମ ରହିଛି । ଏନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି, ଆଳୁ ଏବଂ ଡାଲିରେ ଆତ୍ମନିର୍ଭର ହେବ ଓଡିଶା । ପଶ୍ଚିମବଙ୍ଗ ଆଉ ନାଲି ଆଖି ଦେଖାଇପାରିବନି । ଆଳୁ ଚାଷ ପାଇଁ ୩ ଲକ୍ଷ ମେଟ୍ରିକ ଟନ ବିହନ ଯୋଗାଇ ଦିଆଯାଇଛି । ୧୩ ଶୀତଳ ଭଣ୍ଡାର କାମ ମଧ୍ୟ ଆରମ୍ଭ ହୋଇଛି ।










