ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ୮ଟି ପ୍ରକଳ୍ପ ଉପରେ ସିଙ୍ଗାପୁର ସହ ଚୁକ୍ତି(ଏମଓୟୁ) ସ୍ୱାକ୍ଷରିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ଇଣ୍ଡଷ୍ଟ୍ରିଆଲ ପାର୍କ, ଗ୍ରୀନ ହାଇଡ୍ରୋଜେନ କରିଡର, ସେମି କଣ୍ଡକ୍ଟର, ନୂଆ ସହରର ବିକାଶ ଓ ପେଟ୍ରୋଲିୟମ କେମିକାଲ୍ସ କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆଗାମୀ ଦିନରେ ଆହୁରି ଅନେକ ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।