26.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଆୟୁଷ୍ମାନ ବୟବନ୍ଦନା ଯୋଜନା; ପଞ୍ଜିକୃତ ହିତାଧିକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଟପିଲା

ଆୟୁଷ୍ମାନ ବୟବନ୍ଦନା ଯୋଜନା; ପଞ୍ଜିକୃତ ହିତାଧିକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଛି। ଏସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜୀକରଣ ଆରମ୍ଭ ହେବାର ମାତ୍ର ୩ ସପ୍ତାହ ମଧ୍ୟରେ ଏହି ସଫଳତା ମିଳିଛି। ଆଗାମୀ ଦିନରେ ଆହୁରି ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମନ୍ତ୍ରାଳୟ ଆଶାପୋଷଣ କରିଛି।
ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ୍ ‘ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’ର ପରିସରକୁ ବୃଦ୍ଧିକରି ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟବୀମାକୁ ଅନ୍ତର୍ଭୁକ୍ତ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଥିଲା। ପରେ ଅର୍ଥାତ୍ ଗତ ଅକ୍ଟୋବର ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ତେବେ ମାତ୍ର ୩ ମାସ ମଧ୍ୟରେ ଆବେଦନକାରୀଙ୍କ ସଂଖ୍ୟା ୧୦ଲକ୍ଷରେ ପହଞ୍ôଚଥିବା ବେଳେ ଏମାନଙ୍କ ମଧ୍ୟରେ କେବଳ ମହିଳା ହିତାଧିକାରୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି। ପ୍ରକାଶ, ଏହି କାର୍ଡ ମାଧ୍ୟମରେ ଯେକୌଣସି ଆୟବର୍ଗର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ପାଇପାରିବେ। ଏହାଦ୍ୱାରା ଦେଶର ସାଢ଼େ ୪ କୋଟି ପରିବାରର ପ୍ରାୟ ୬ କୋଟି ବରିଷ୍ଠ ନାଗରିକ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ତେବେ ଏହି ଯୋଜନା ଶୁଭାରମ୍ଭ ହେବା ପରଠାରୁ ୭୦ ବର୍ଷରୁ ଊର୍ଦ୍ଧ୍ୱ ୧ ହଜାର ୪୦୦ରୁ ଅଧିକ ମହିଳା ଏବଂ ୪ ହଜାର ୮୦୦ରୁ ଅଧିକ ପୁରୁଷ ଏହି ଯୋଜନା ମାଧ୍ୟମରେ ସୁଫଳ ପାଇଛନ୍ତି । ଏ ବାବଦରେ ୯ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରାଳୟ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking