ଅନୁଗୁଳ: ପୁଣି ଦନ୍ତା ନେଲା ଜୀବନ । ବଡକେରାରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁସାରେ, ଗୁରଙ୍ଗ ଗାଁ ରାସ୍ତାରେ ଭୋର ସମୟରେ ହାତୀ ଦଳି ଦେଇଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ସୁନାଭୂଇଁ ସାହିରେ ମହିଳାଙ୍କ ପ୍ରାଣ ନେଇଥିଲା ହାତୀ ।










