ବ୍ରହ୍ମପୁର: ବ୍ରହ୍ମପୁର MKCG ମେଡିକାଲରେ ପୁଣି ରାଗିଂ ଅଭିଯୋଗ । ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି । ଜେନେରାଲ ବଡିଂ ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଛନ୍ତି ସିନିୟର୍ । ଯଦି ପ୍ରତିବାଦ କରନ୍ତି ତେବେ ଆଣ୍ଠେଇ ବସିବାକୁ ବାଧ୍ୟ କରୁଛନ୍ତି । ଅଗଷ୍ଟ ୧୮ ତାରିଖରେ ଏଭଳି ଡାକି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ । ତା’ପର ଦିନ ବି ସିନିୟର୍ ଡାକିଥିଲେ ଜେନେରାଲ ବଡି ମିଟିଂ ନାମରେ । କିନ୍ତୁ ଜୁନିୟର୍ ନ ଯିବାରୁ ହଷ୍ଟେଲରେ ଆସି ଗାଳିଗୁଲଜ କରି ଧମକ ଚମକ ଦେଇଥିଲେ ସିନିୟର୍ । ପ୍ରାୟ ୬ରୁ ୭ଜଣ ସିନିୟର୍ ଏଭଳି କରୁଥିବା ଅଭିଯୋଗ ହୋଇଛି ।









