ଭୁବନେଶ୍ୱର : ସିଙ୍ଗାପୁର ଗସ୍ତ ସାରି ଓଡିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪ ଦିନିଆ ଗସ୍ତରେ ଉତ୍କର୍ଷ ଓଡିଶାରେ ରୋଡ ସୋ ସହ ସେଠାକାର ଅନେକ ନିବେଶକଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଉତ୍କର୍ଷ ଓଡିଶା ପାଇଁ ନିବେଶକଙ୍କ ଓଡିଆ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହାପରେ ଦିଲ୍ଲୀରେ ହେଉଥିବା ଓଡିଶା ପର୍ବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ।










