32.1 C
Bhubaneswar
Tuesday, July 2, 2024
Homeଖେଳବିରାଟ ଓ ରୋହିତଙ୍କ ପରେ ଟି-୨୦ ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ବିରାଟ ଓ ରୋହିତଙ୍କ ପରେ ଟି-୨୦ ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟକୁ ବିଦାୟ ଦେଇଛନ୍ତି। ତେବେ ରବୀନ୍ଦ୍ର ଜାଡେଜା ଦିନିକିଆ ଓ ଟେଷ୍ଟରେ ଖେଳିବା ଜାରି ରଖିବେ। ଶନିବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଟାଇଟଲ ହାସଲ କରିଛି। ଏହି ବିଜୟ ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏବେ ଏହି ତାଲିକାରେ ରବୀନ୍ଦ୍ର ଜାଡେଜାଙ୍କ ନାମ ଯୋଡ଼ି ହୋଇଛି।

ଏଭଳି ଭାବେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଭାରତର ୩ କିମ୍ବଦନ୍ତୀ କ୍ରିକେଟର ଏହି ଫର୍ମାଟକୁ ବିଦାୟ ଦେଇଛନ୍ତି। ସେ ୨୦୦୯ରେ ଭାରତ ପାଇଁ ଟି-୨୦ ଖେଳିବା ଆରମ୍ଭ କରିଥିଲେ । ରବୀନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପ୍ ଟ୍ରଫି ସହ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି- ହୃଦୟରୁ ଧନ୍ୟବାଦ, ମୁଁ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଦେଉଛି। ମୁଁ ସବୁବେଳେ ଗର୍ବିତ ଘୋଡ଼ା ପରି ଦେଶ ପାଇଁ ଶତ ପ୍ରତିଶତ ଦେଇଆସିଛି ଏବଂ ଜାରି ରଖିବି। ଟି-୨୦ ବିଶ୍ୱକପ୍ ଜିତିବା ଏକ ସ୍ୱପ୍ନ ସାକାର ହୋଇଛି, ସ୍ମୃତି, ଉତ୍ସାହ ଏବଂ ଅତୁଟ ସମର୍ଥନ ପାଇଁ ଧନ୍ୟବାଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking