28.1 C
Bhubaneswar
Sunday, September 8, 2024
Homeଓଡିଶାପ୍ରାର୍ଥନା ପରେ ସ୍କୁଲରେ ଦିଆଯିବ ଯୋଗଶିକ୍ଷା

ପ୍ରାର୍ଥନା ପରେ ସ୍କୁଲରେ ଦିଆଯିବ ଯୋଗଶିକ୍ଷା

ଭୁବନେଶ୍ୱର : ରାଜ୍ୟରେ କ୍ରୀଡ଼ାକୁ ଅଧିକ ପ୍ରଧାନ୍ୟ ଦିଆଯାଉଥିବା ବେଳେ ଏଥିରେ କିପରି ପିଲାମାନେ ସାମିଲ ହେବେ ସେଥିପାଇଁ ସ୍କୁଲଗୁଡ଼ିକରେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଛି । ଏବେ କ୍ରୀଡ଼ା ସହିତ ସ୍କୁଲରେ ଯୋଗ ଶିକ୍ଷା ଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସ୍କୁଲ ଛାତ୍ରୀଛାତ୍ରଙ୍କୁ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ଗତ ମେ’ ୬ତାରିଖରେ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତିକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପ୍ରାର୍ଥନା ପରେ ୧୦ ମିନିଟ ପାଇଁ ପିଲା ସ୍କୁଲରେ ଯୋଗ କରିବେ ।

କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ, ପ୍ରାଣାୟମ, ଶାରିରୀକ ବ୍ୟାୟମ କରାଇବେ । ଯାହାକି ପିଲାଙ୍କୁ ପାଠପଢ଼ାରେ ମନ ଲଗାଇ ପଢ଼ିବାରେ ସାହାଯ୍ୟ କରିବ । ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ସ୍କୁଲରେ ପ୍ରତିଭା ଚିହ୍ନଟ ପାଇଁ ପରାମର୍ଶ ଦିଆଯାଇଛି । ୧୫ଜଣ ଜିଲା ଶାରିରୀକ ଶିକ୍ଷା ଅଧିକାରୀ ଏବଂ ୧୫ଜଣ ଭାରାପ୍ରାପ୍ତ ଡିପିଇଓଙ୍କୁ ସ୍କୁଲ, ବ୍ଲକ ଏବଂ ଜିଲାସ୍ତରରେ କ୍ରୀଡ଼ା ଆକ୍ଟିଭିଟିକୁ ନେଇ ଯାଞ୍ଚ କରିବେ । ଯେଉଁ ସ୍କୁଲ ଜିଲାସ୍ତରରେ ଭଲ କରିବ, ସେହି ସ୍କୁଲକୁ କିଟ୍‌ସ ମିଳିବ । ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟ ରାଜ୍ୟ ଟିମ୍‌କୁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ମିଳିବ ବୋଲି ଉକ୍ତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking