23.1 C
Bhubaneswar
Sunday, March 22, 2026
Homeବଲିଉଡନାମ ବଦଳାଇବା ପରେ ଚମକିଲା ବଲିଉଡ ଅଭିନେତ୍ରୀଙ୍କ ଭାଗ୍ୟ

ନାମ ବଦଳାଇବା ପରେ ଚମକିଲା ବଲିଉଡ ଅଭିନେତ୍ରୀଙ୍କ ଭାଗ୍ୟ

ମୁମ୍ବାଇ : ଚମକିଲା ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କ ଭାଗ୍ୟ। ନିଜ ନାମରୁ କୁମାର ହଟାଇବା ପରେ ତାଙ୍କ ସହ ଏପରି ହୋଇଛି। ତେବେ ଦିବ୍ୟା ଖୋସଲା ନିଜ ନାମରୁ କୁମାର ହଟାଇ ଦେବା ପରେ ସ୍ୱାମୀ ଭୂଷଣ କୁମାରଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ପରେ ଜଣାପଡ଼ିଥିଲା ଯେ, ଭାଗ୍ୟ ପରିବର୍ତ୍ତନ ପାଇଁ ଦିବ୍ୟା ଜଣେ ଜ୍ୟୋତିଷଙ୍କ କଥା ମାନି ନିଜ ନାମରୁ କୁମାର ହଟାଇଥିଲେ। ଏବେ ନାମରୁ କୁମାର ହଟାଇବା ପରେ ଦିବ୍ୟା ଖୋସଲାଙ୍କ ଭାଗ୍ୟ ଚମକିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଦିବ୍ୟା ଖୋସଲା କିଛି ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଉପନାମ ‘କୁମାର’ କାହିଁକି ତାଙ୍କ ନାମରୁ ହଟାଇ ଦେଇଥିଲେ ତାହା ବର୍ତ୍ତମାନ ପ୍ରକାଶ କରିଛନ୍ତି। ଅଭିନେତ୍ରୀ କହିଛନ୍ତି, “ଜଣେ ଜ୍ୟୋତିଷ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଯଦି ସେ ତାଙ୍କ ସ୍ୱାମୀଙ୍କ ଉପନାମ ‘କୁମାର’ କୁ ତାଙ୍କ ନାମରୁ ହଟାନ୍ତି, ତେବେ ଏହା ତାଙ୍କୁ ବୃତ୍ତିଗତ ଭାବରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଏଭଳି କରିବା ପରେ ମୋତେ ସକରାତ୍ମକ ଫଳାଫଳ ମିଳିବା ଆରମ୍ଭ ହୋଇଛି।” ମେ ୩୧, ୨୦୨୪ରେ ମୁକ୍ତିଲାଭ କରିଥିବା ଦିବ୍ୟା ଖୋସଲା ଏବଂ ହର୍ଷବର୍ଦ୍ଧନ ରାଣେଙ୍କ ଅଭିନୀତ ଫିଲ୍ମ ‘ସାବି’ ଚାରିମାସ ପରେ ମଧ୍ୟ ନେଟଫ୍ଲିକ୍ସରେ ନମ୍ବର ୧ରେ ଟ୍ରେଣ୍ଡ କରୁଛି। ଏହି ଚଳଚ୍ଚିତ୍ର ୧୫ଟି ଦେଶରେ ନମ୍ବର ୧ରେ ଥିବା ବେଳେ ଚମତ୍କାର ପ୍ରଦର୍ଶନ କରୁଛି। ନାମରୁ କୁମାର ହଟାଇବା ପରେ ଦିବ୍ୟାଙ୍କୁ ସଫଳତା ମିଳିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

 

 

 

 

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking