32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଡାକ୍ତରଙ୍କ ପରେ ନର୍ସଙ୍କୁ ଦୁଷ୍କର୍ମ କରି ଜୀବନ ନେଲା ଦୁଷ୍କର୍ମକାରୀ

ଡାକ୍ତରଙ୍କ ପରେ ନର୍ସଙ୍କୁ ଦୁଷ୍କର୍ମ କରି ଜୀବନ ନେଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: କୋଲକାତାରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ମାମଲାର ତଦନ୍ତ ଜାରି ରହିଛି । ଏହି ଘଟଣା ଥମି ନଥିବା ବେଳେ ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲାରୁ ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତର ନାମ ଧର୍ମେନ୍ଦ୍ର କୁମାର ସେ ବରେଲିର ବାସିନ୍ଦା ଥିବା ବେଳେ ଶ୍ରମିକ ଭାବେ କାମ କରେ ।

ଦୁଷ୍କର୍ମର ଶିକାର ହୋଇଥିବା ନର୍ସ ନେ?ନିତାଲର ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ସେ ଗତ ଜୁଲାଇ ୩୦ ତାରିଖରେ ଘରକୁ ଯାଉଥିବା ସମୟରେ ଶ୍ରମିକ ଭାବେ କାମ କରୁଥିବା ଧର୍ମେନ୍ଦ୍ର କୁମାର ତାଙ୍କୁ ପ୍ରଥମେ ଜୋରଜବରଦସ୍ତି ଏକ ବୁଦା ଭିତରକୁ ଟାଣି ନେଇଥିଲା । ସେଠାରେ ନର୍ସଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ଧର୍ମେନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୁଲିସ ଦୁଷ୍କର୍ମକାରୀର ଫୋନ ଟ୍ରାକ କରି ରାଜସ୍ଥାନରୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ଭଉଣୀ ଜୁଲାଇ ୩୦ ତାରିଖରେ ଭଉଣୀ ଘରକୁ ନଫେରିଥିବାରୁ ଜୁଲାଇ ୩୧ ତାରିଖରେ ସେ ସ୍ଥାନୀୟ ପୁଲିସ ନିକଟରେ ଏକ ନିଖୋଜ ଅଭିଯୋଗ କରିଥିଲେ । ଘଟଣା ଘଟିବାର ୯ଦିନ ପରେ ଅର୍ଥାତ ଅଗଷ୍ଟ୮ ତାରିଖରେ ପୁଲିସ ନର୍ସଙ୍କ ମୃତଦେହ ପାଇଥିଲା । ଏସଏସପି ମଞ୍ଜୁନାଥ ଟିସିଙ୍କ ଅନୁଯାୟୀ ଧର୍ମେନ୍ଦ୍ର ନିଶା ସେବନ କରେ । ଘଟଣା ଦିନ ବି ସେ ନିଶା ସେବନ କରି ଯେଉଁ ରାସ୍ତାରେ ଯାଉଥିଲା ନର୍ସ ବି ସେହି ରାସ୍ତା ଦେଇ ଘରକୁ ଫେରୁଥିଲେ । ତେବେ ଧର୍ମେନ୍ଦ୍ର ନର୍ସଙ୍କୁ ଏକୁଟିଆ ପାଇ ନିଛାଟିଆ ସ୍ଥାନକୁ ଟାଣି ଦେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ଏହାପରେ ନର୍ସ ପିନ୍ଧିଥିବା ଅଳଙ୍କାର ଓ ତାଙ୍କ ପାଖରେ ଥିବା କିଛି ନଗଦ ଟଙ୍କା ନେଇ ଧର୍ମେନ୍ଦ୍ର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking