30.1 C
Bhubaneswar
Sunday, February 8, 2026
Homeଓଡିଶାସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ। ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପଳାସିଆ ଗାଁରେ ସୌମ୍ୟାଶ୍ରୀ ବିଶିଙ୍କ ଜନ୍ମ। ମୃତ୍ୟୁ ପରେ ଏବେ ଗାଁରେ ଶୋକାକୂଳ ପରିବେଶ। ପ୍ରତିଟି ଗ୍ରାମବାସୀଙ୍କ ଆଖିରେ ଲୁହ। ସୌମ୍ୟାଶ୍ରୀ ଜଣେ ମେଧାବୀ ଛାତ୍ରୀ ସାଙ୍ଗକୁ ଏକକ ଅଭିନୟ କରିବାରେ ଥିଲେ ମାହିର। ତାଙ୍କୁ ହରାଇ ଗାଁ କାନ୍ଦୁଛି। ଭୁବନେଶ୍ଵର ଏମ୍‌ସରେ ସୋମବାର ରାତି ୧୧ଟା ୪୬ ମିନିଟରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିଲା। ଗତ ଶୁକ୍ରବାର ସୌମ୍ୟାଶ୍ରୀ ଏଫଏମ କଲେଜରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ବହୁ ପ୍ରଚେଷ୍ଟା ସତ୍ବେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିପାରି ନ ଥିଲେ। ରାତି ମୃତଦେହ ବ୍ୟବଚ୍ଛେଦ ପରେ ୩ଟା ୩୫ରେ ମରଶରୀରକୁ ଗାଁ ଅଭିମୁଖେ ନିଆଯାଇଥିଲା। ଗାଁରେ ହିଁ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି।

ଜୀବନ ଯୁଦ୍ଧରେ ହାରିଗଲେ ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking