ଭଦ୍ରକ: ଏନଏଚରେ ଜାଳିଦେଲେ ବେଆଇନ ଗୋରୁ ବୋଝେଇ ଟ୍ରକ । ୧୨ଟି ଗୋରୁ ନେଇ ଏକ ପିକଅପ ଭ୍ୟାନ ସକାଳୁ କୋଲକାତା ଅଭିମୁଖେ ଯାଉଥିଲେ। କିଛି ଲୋକ ଗାଡିରେ ଗୋରୁ ଯାଉଥିବା ଜାଣିବାକୁ ପାଇଲେ। ସେମାନେ ଗାଡିକୁ ଅଟକାଇ ଗୋରୁଙ୍କୁ ଓହ୍ଲାଇ ଦେଇ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଗ୍ରାମାଞ୍ଚଳ ପୁଲିସ ଓ ଦମକଳ ଟିମ ପହଞ୍ଚିଛନ୍ତି । ହେଲେ ଘଟଣାସ୍ଥଳରୁ ଡ୍ରାଇଭର , ହେଲପର ଫେରାର ଅଛନ୍ତି ।










