27.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆଇଏମ୍‌ଏଫ୍ ପରେ ଏବେ ପାକିସ୍ତାନକୁ ୮୦୦ ମିଲିଅନ୍ ଡଲାର ଦେଲା ଏଡିବି

ଆଇଏମ୍‌ଏଫ୍ ପରେ ଏବେ ପାକିସ୍ତାନକୁ ୮୦୦ ମିଲିଅନ୍ ଡଲାର ଦେଲା ଏଡିବି

ଇସଲାମାବାଦ୍‌: ଅନ୍ତର୍ଜାତୀୟସ୍ତରରେ ଭାରତର ବାରମ୍ବାର ପ୍ରତିବାଦ ତଥା ଅଭିଯୋଗ ସତ୍ତ୍ୱେ ପାକିସ୍ତାନକୁ ବିଶ୍ୱସ୍ତରୀୟ ଆର୍ଥିକ ସଂସ୍ଥାଗୁଡ଼ିକ ବଡ଼ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଏସିଆନ୍ ଡେଭଲପ୍‌ମେଣ୍ଟ ବ୍ୟାଙ୍କ୍ (ଏଡିବି) ଏବେ ପାକିସ୍ତାନକୁ ଋଣ ପ୍ରକ୍ରିୟା ଅନ୍ତର୍ଗତ ପ୍ରାୟ ୮୦୦ ମିଲିଅନ୍ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଛି । ଏହାପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ପାକିସ୍ତାନକୁ ୮ ହଜାର ୫ଶହ କୋଟି ଟଙ୍କାର ବେଲ୍‌ଆଉଟ୍ ପ୍ୟାକେଜ୍ ବା ଆର୍ଥିକ ସହାୟତା (ଋଣ) ପ୍ରଦାନ କରିସାରିଛି । ପ୍ରକାଶ, ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଫଣ୍ଡିଂ ଯୋଗାଇ ଆସୁଛି । ଏଭଳି ସ୍ଥିତିରେ ପାକିସ୍ତାନକୁ କୌଣସି ପ୍ରକାର ସହାୟତା ଯୋଗାଇ ଦେବାକୁ ବିରୋଧ କରି ଆସିଛି ଭାରତ । ଗୋଟିଏ ପଟେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ବିରୋଧରେ ଭାରତ ଅନେକ ପ୍ରମାଣ, ଉଦାହରଣ ବିଶ୍ୱମଞ୍ଚରେ ଉପସ୍ଥାପନ କରିସାରିବା ସତ୍ତ୍ୱେ ପାକିସ୍ତାନକୁ ଏପ୍ରକାର ସହାୟତା ମିଳିବା ଜାରି ରହିଛି । ଏହାକୁ ନେଇ ପାକିସ୍ତାନ ଯେଉଁଠି ବେଶ୍ ଉତ୍‌ଫୁଲ୍ଲିତ ହୋଇଉଠିଛି ସେଠାରେ ଭାରତ ନିରାଶ ହୋଇଛି । ରିପୋର୍ଟ ଅନୁସାରେ ପାକିସ୍ତାନ ଏବେ ନିଜ ଦେଶର ବିକାଶ କରିବାର ଦ୍ୱାହି ଦେଖାଇ ସହଯୋଗୀ ଦେଶଙ୍କ ବ୍ୟତୀତ ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ମାଗୁଥିବା ଦେଖିବାକୁ ମିଳୁଛି ।

ଏଡିବିରୁ ସହାୟତା ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ଖୁର୍ରମ ସେହଜାଦ । ସେ କହିଛନ୍ତି ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ପାକିସ୍ତାନକୁ ୩୦୦ ମିଲିୟନ ଡଲାର ପଲିସି ଆଧାରିତ ଋଣ ଓ ୫୦୦ ମିଲିୟନ ଡଲାରର ସାଧାରଣ ଋଣ ମିଳିଛି । ଏହି ଋଣ ମାଧ୍ୟମରେ ପାକିସ୍ତାନରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରାଯିବ । ଏହାଦ୍ୱାରା ଦେଶର ଆର୍ôଥକ ସ୍ଥିତିରେ ସୁଧାର ଆସିବ ବୋଲି ପାକିସ୍ତାନର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ସହିତ କର ଆଦାୟ ପ୍ରଣାଳୀରେ ମଧ୍ୟ ସୁଧାର ଅଣାଯିବ । ଅନ୍ୟପକ୍ଷେ ଭାରତ ଆଶଙ୍କା କରୁଛି ଯେ, ପାକିସ୍ତାନ ଆଇଏମଏଫ୍‌, ଏଡିବି ତଥା ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକରୁ ପାଉଥିବା ଋଣଅର୍ଥକୁ ନିଜ ଦେଶର ବିକାଶ କରିବା ପରିବର୍ତ୍ତେ ଆତଙ୍କବାଦ ଏବଂ ସାମରିକ ଖର୍ଚ୍ଚ ପାଇଁ ବ୍ୟବହାର କରିବ । ଏହାପୂର୍ବରୁ ମଧ୍ୟ ପାକିସ୍ତାନ ଅନେକ ପରିମାଣର ଅର୍ଥ ଏସବୁ ଅନ୍ତର୍ଜାତୀୟ ପ୍ଲାଟଫର୍ମରୁ ହାସଲ କରିସାରିଛି, କିନ୍ତୁ ପାକିସ୍ତାନ ବାରମ୍ବାର ଆର୍ôଥକ ସଂସ୍କାର କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି । ପାକିସ୍ତାନର ଦୁର୍ବଳ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ସେଠାକାର ସେନା ହସ୍ତକ୍ଷେପ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking