28.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶନାବାଳିକା ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖିବା ପରେ ଗୁଗୁଲରେ ଖୋଜିଲା ପ୍ରେମିକ... ଶେଷରେ କ’ଣ...

ନାବାଳିକା ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖିବା ପରେ ଗୁଗୁଲରେ ଖୋଜିଲା ପ୍ରେମିକ… ଶେଷରେ କ’ଣ ହେଲା ଜାଣନ୍ତୁ..

ଗାନ୍ଧୀନଗର: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ ହୋଟେଲକୁ ଯାଇଥିବା ଯୁବତୀଙ୍କ ସହ ପ୍ରଥମ ଥର ଅତ୍ୟଧିକ ଯୌନ ସମ୍ପର୍କ ଯୋଗୁଁ ରକ୍ତସ୍ରାବ ଆରମ୍ଭ ହୋଇଥିଲା। କିନ୍ତୁ ଯୁବତୀଙ୍କୁ ଡାକ୍ତରଙ୍କ ପାଖକୁ ନେବା ପରିବର୍ତ୍ତେ ପ୍ରେମିକ ଗୁଗୁଲରେ ରକ୍ତସ୍ରାବ ରୋକିବା ପାଇଁ ଉପାୟ ଖୋଜୁଥିଲେ। ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ସେ ତାଙ୍କର ଜଣେ ସାଙ୍ଗଙ୍କୁ ଡାକି ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ନାବାଳିକାକୁ ମୃତ ଘୋଷଣା କରାଯାଇଥିଲା।

ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ସେପ୍େଟମ୍ବର ୨୩ ତାରିଖରେ ନବସାରୀ ଜିଲ୍ଲାର ଏକ ହୋଟେଲରେ ଜଣେ ୨୬ ବର୍ଷୀୟ ଯୁବକ ଓ ଜଣେ ୨୩ ବର୍ଷୀୟା ଦମ୍ପତି ଭାବେ ରହିଥିଲେ। ରିସେପସନରେ ଡକ୍ୟୁମେଣ୍ଟ୍ ଦେବାପରେ ଦୁହେଁ ରୁମକୁ ଯାଇ ଅନ୍ତରଙ୍ଗ ହେବାକୁ ଲାଗିଲେ । ସେଠାରେ ଅତ୍ୟଧିକ ଯୌନ ସମ୍ପର୍କ ଯୋଗୁଁ ଯୁବତୀଙ୍କ ଯୋନିରେ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ଏହା ଦେଖି ଦୁହେଁ ଭୟଭୀତ ହୋଇଯାଇଥିଲେ। ପ୍ରେମିକାକୁ ଡାକ୍ତରଖାନା ନେବା କିମ୍ବା ଆମ୍ବୁଲାନ୍ସକୁ ଡାକିବା ପରିବର୍ତ୍ତେ ପ୍ରେମିକ ନିଜ ମୋବାଇଲ୍ ଫୋନ୍ ରେ ଗୁଗୁଲ୍ ରେ ସର୍ଚ୍ଚ କରୁଥିଲେ।

ସୂଚନା ଅନୁଯାୟୀ, ପ୍ରଥମେ ପୁଅ ରକ୍ତସ୍ରାବ ରୋକିବା ପାଇଁ କପଡ଼ା ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ। ଏହାପରେ ଭୟଭୀତ ପ୍ରେମିକ ତାଙ୍କ ଜଣେ ସାଙ୍ଗଙ୍କୁ ହୋଟେଲକୁ ଡାକିଥିଲେ ଏବଂ ତା’ପରେ ସେମାନେ ଯୁବତୀଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ନାବାଳିକାଙ୍କ ଅବସ୍ଥା ଦେଖି ତାଙ୍କୁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସେମାନେ ନାବାଳିକାଙ୍କୁ ସିଭିଲ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ପ୍ରେମିକ ଯୁବତୀଙ୍କ ବାପାମା’ଙ୍କୁ ଫୋନ୍ କରି ହସ୍ପିଟାଲକୁ ଡାକିଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ନାବାଳିକାର ମୃତ୍ୟୁ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଭାବକମାନେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଏହାସହ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୁଲିସ ମୃତଦେହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ନର୍ସିଂ ଗ୍ରାଜୁଏସନ୍ ପାଠ୍ୟକ୍ରମ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking