19.1 C
Bhubaneswar
Wednesday, February 11, 2026
Homeମନୋରଞ୍ଜନବିଗ ବସ ଓଟିଟି-୩ ସାରିବା ପରେ ଏମିତ କହିଲେ ପ୍ରତିଯୋଗୀ ରଣବୀର

ବିଗ ବସ ଓଟିଟି-୩ ସାରିବା ପରେ ଏମିତ କହିଲେ ପ୍ରତିଯୋଗୀ ରଣବୀର

ମୁମ୍ବାଇ : ସାରିଛି ବିଗ ବସ ଓଟିଟି-୩। ଶୁକ୍ରବାର ଏହାର ଗ୍ରାଣ୍ଡ ଫାଇନାଲ ଥିବା ବେଳେ ପ୍ରତିଯୋଗୀ ସନା ମକବୁଲ ବିଗ ବସ ଓଟିଟି-୩ର ବିଜୟିନୀ ହୋଇଛନ୍ତି । ଏ ନେଇ ସନାଙ୍କ ପ୍ରଶଂସକ ଖୁସି ଥିବା ବେଳେ କିଛି ପ୍ରତିଯୋଗୀ ସେ ଜିତିବା ନେଇ ଖୁସି ନଥିବା ଜଣାପଡିଛି। ସେ ମଧ୍ୟରୁ ଜଣେ ହେଲେ ଅଭିନେତା ତଥା ସନାଙ୍କ ସହ ପ୍ରତିଯୋଗୀ ରଣବୀର ଶୋରେ । ସୋ’ରେ ସନାଙ୍କୁ ପସନ୍ଦ କରୁନଥିବା ରଣବୀର ଟପ-୫ରେ ପହଞ୍ଚିଥିଲେ ବି ଟପ-୨ରେ ପହଞ୍ଚି ପାରିନଥିଲେ । ଟପ-୨ରେ ସନା ଓ ରାପର ନେଜି ଥିବା ବେଳେ ଟ୍ରଫି ହାତେଇଥିଲେ ସନା। ତେବେ ସନା ଜିତିବା ପରେ ରଣବୀର ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ଯଦି ସୋ’ରେ ରହିବା କେବଳ ଜଣକର ସୋସିଆଲ ମିଡିଆ ଫଲୋୟର୍ସ ଉପରେ ଆଧାରିତ, ତେବେ ପ୍ରତିଯୋଗିତା ନକରି ଅଧକ ଫଲୋୟର୍ସ ଥିବା ପ୍ରତିଯୋଗୀଙ୍କୁ ସିଧାସଳଖ ଟ୍ରଫି ଦେଇଦେବା ଭଲ । ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ତାଙ୍କୁ ବିରୋଧ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking