20.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଦିଲ୍ଲୀ ପରେ, ଲାହୋରରେ  ବାୟୁ ପ୍ରଦୂଷଣ ସମସ୍ୟା

ଦିଲ୍ଲୀ ପରେ, ଲାହୋରରେ  ବାୟୁ ପ୍ରଦୂଷଣ ସମସ୍ୟା

ବ୍ୟୁରୋ : ଲଗାତାର ଧୁଆଁ ଯୋଗୁଁ  ପାକିସ୍ତାନ ପଞ୍ଜାବ ପ୍ରଦେଶର  ରାଜଧାନୀ ଲାହୋରର  ବାସିନ୍ଦାଙ୍କୁ  ନିଶ୍ୱାସ ନେବା  କଷ୍ଟକର ହୋଇପଡୁଛି ।  ନିଜ ଦେଶର ପ୍ରଦୂଷଣ ପାଇଁ  ପାକ ମନ୍ତ୍ରୀ  ମରିୟମ  ଔରଙ୍ଗଜେବ ଭାରତକୁ ଦାୟୀ କରିଛନ୍ତି ।  ବାୟୁ ପ୍ରଦୂଶଣର ଖରାପ  ଅବସ୍ଥା ପାଇଁ  ପଡୋଶୀ ଭାରତକୁ  ଦାୟୀ କରିଥିଲେ ।  ସେ କହିଛନ୍ତି  ଏହି ବାୟୁ ପ୍ରଦୂଷଣର କାରଣ  ଭାରତରୁ ଆସୁଥିବା ପବନ ହୋଇପାରେ ।  ଲାହୋରର ବାୟୁ ଗୁଣବତ୍ତା ସୂଚକାଙ୍କ ୧୯୦୦ ଅତିକ୍ରମ କରିବାକୁ ଯାଉଛି  ।ଏହାକୁ ଦୃଷ୍ଟିରେ ରଖି  ପ୍ରଦେଶ ସରକାର  ସହରର ସମସ୍ତ  ପ୍ରାଥମିକ ବିଦ୍ୟାଳୟ  ବନ୍ଦ କରିବାକୁ ଘୋଷଣା କରିଛନ୍ତି । ବିଶ୍ୱ ସ୍ୟାସ୍ଥ୍ୟ ସଂଗଠନ ଦ୍ୱାରା  ସ୍ୱାସ୍ଥ୍ୟ ପାଇଁ ଖରାପ ବିବେଚନା  କରାଯାଉଥିବା ସ୍ତରଠାରୁ  ଏହା ୧୨୨.୬ ଗୁଣ ଅଧିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking