କୋଇଡା: କୋଇଡା ମାଙ୍ଗାନିଜ୍ ଖଣି ଲୁଟ୍ ଘଟଣାରେ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡର ତଦନ୍ତ । ଆଜି ସକାଳେ ମାଙ୍ଗାନିଜ୍ ଚୋରି ଘଟଣାରେ ଏନ୍ଫୋର୍ସମେଣ୍ଟ ଟିମ୍ କୋଇଡା ଅଞ୍ଚଳରେ ପହଞ୍ଚିଛନ୍ତି । ମାଙ୍ଗାନିଜ୍ ଖଣି ଚୋରି ଘଟଣାରେ କୋଇଡାରେ ପହଞ୍ଚିଛି ଟିମ୍ । ବହୁମୁଲ୍ୟ କଳାହୀରା ବା ମାଙ୍ଗାନିଜ୍ ଲୁହାପଥର ଚୋରା ଚାଲାଣର ତଦନ୍ତ କରିବ ଏହି ଟିମ୍ । କୋଇଡା ଖଣି ଉପନିର୍ଦ୍ଦେଶକ ମଧ୍ୟ ସାଙ୍ଗରେ ରହିଛନ୍ତି । କୋଇଡାର ଗଣୁଆଁ, ପାଟମୁଣ୍ଡା ଅଞ୍ଚଳ ବୁଲି ଦେଖିବେ ଟିମ୍ । ପ୍ରଶାସନର ନାକନିଶ ତଳେ ସୁନ୍ଦରଗଡ ଘଂଚ ଜଙ୍ଗଲରେ କୋଇଲା ଖଣିଥିଲା । ବେଆଇନ ଭାବେ କୋଇଲା ଉତ୍ତୋଳନ କରି ଷ୍ଟକୟାର୍ଡରେ ହଜାର ହଜାର ଟନ କୋଇଲା ଗଚ୍ଛିତ ରଖାଯାଇଥିଲା ।