13.1 C
Bhubaneswar
Wednesday, January 14, 2026
Homeଅପରାଧ୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ; ୨ ଗିରଫ

୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ; ୨ ଗିରଫ

ହରିୟାଣା : ଦୀର୍ଘ ୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କଲା ପୁଲିସ । ଏହି ଘଟଣାଟି ହରିୟାଣାର ପ୍ରେମିକ ସହ ମିଶି ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଥିଲା ଜଣେ ସ୍ତ୍ରୀ। ପ୍ରଥମେ ଦୁର୍ଘଟଣା ଘଟାଇ ମାରିବାକୁ ଉଦ୍ୟମ ଫେଲ ହୋଇଯିବା ପରେ ଘରେ ଲୋକ ଲଗାଇ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ୨୦୨୧ ଅକ୍ଟୋବର ୫ରେ ମୃତ ବିନୋଦ ବରଦାଙ୍କୁ ପଞ୍ଜାବରେ ପଞ୍ଜିକୃତ ହୋଇଥିବା ଏକ ଗାଡ଼ି ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ସେ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ, ହେଲେ ଦୁଇ ଗୋଡ଼ ହରାଇ ସାରା ଜୀବନ ପାଇଁ ପଙ୍ଗୁ ହୋଇ ଯାଇଥିଲେ। କିନ୍ତୁ ଦୁଇ ମାସ ପରେ, ଡିସେମ୍ବର ୧୫, ୨୦୨୧ରେ, ବିନୋଦଙ୍କୁ ପାନିପତ ସ୍ଥିତ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଥିଲା।
ଏବେ ଦୀର୍ଘ ତିନି ବର୍ଷ ପରେ ବିନୋଦଙ୍କ ହତ୍ୟା ପଛରେ ସ୍ତ୍ରୀ ନିଧିର ହାତ ଥିବା ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ପ୍ରେମିକ ସୁମିତଙ୍କ ସହ ମିଶି ନିଧି ତାଙ୍କ ସ୍ୱାମୀ ହତ୍ୟାର ଷଡ଼ଯନ୍ତ୍ର ରଚିଥିବା ପୁଲିସ କହିଛି। ମାମଲା ସେବେ ଆଗକୁ ବଢିଥିଲା ଯେବେ ବିନୋଦଙ୍କ ଦାଦା ବିରେନ୍ଦ୍ର ଟ୍ରକ୍ ଡ୍ରାଇଭର ଦେବ ସୁନାରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ। ପୁତୁରାଙ୍କ ଦୁର୍ଘଟଣା ପାଇଁ ଡ୍ରାଇଭର ଦେବ ସୁନାର ଦାୟୀ ଥିବା ଦର୍ଶାଇ ୨୦୨୧ରେ ସେ ଏକ ମାମଲା ରୁଜୁ କରିଥିଲା। ଯାହା ପରେ ପୁଲିସ ଦେବ ସୁନାରଙ୍କୁ ଗିରଫ କରିଥିଲା। ୧୫ ଦିନ ପରେ ଜେଲରୁ ଫେରି ମାମଲା ରଫାଦଫା କରାଇଦେବାକୁ ବିରେନ୍ଦ୍ରଙ୍କୁ ଅନୁରୋଧ କରିଥିଲା ଦେବ। କିନ୍ତୁ ସେ ନ ଶୁଣିବାରୁ ତାଙ୍କୁ ଧମକ ଦେଇଥିଲା। ଡିସେମ୍ବର ୧୫, ୨୦୨୧ରେ ଦେବ ସୁନାର ଏକ ପିସ୍ତଲ ନେଇ ବିନୋଦଙ୍କୁ ତାଙ୍କ ଘରେ ଗୁଳି କରିଥିଲା। ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ମାମଲାର ଦେବ ସୁନାର ପୁଣି ଗିରଫ ହୋଇ ଜେଲରେ ରହିଥିଲା। କିନ୍ତୁ ନିକଟରେ ଅଷ୍ଟ୍ରେଲିଆରେ ରହୁଥିବା ବିନୋଦଙ୍କ ଜଣେ ଭାଇ ମାମଲା ଉପରେ ସନ୍ଦେହ ପ୍ରକଟ କରିଥିଲେ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଥିଲେ। ଏନେଇ ସେ ହ୍ୱାଟ୍ସଆପ୍ ଯୋଗେ ପୁଲିସକୁ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଧିକାରୀ ଫାଇଲର ରିଓପନ୍ କରିଥିଲେ। ତଦନ୍ତ ସମୟରେ ଦେବ ସୁନାର ସୁମିତ ନାମକ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଥିବା ଜାଣିବାକୁ ପାଇଥିଲା ପୁଲିସ, ଯିଏକି ବିନୋଦଙ୍କ ପତ୍ନୀ ନିଧି ସହ ନିୟମିତ କଥାବାର୍ତ୍ତା କରୁଥିଲେ। ଫଳରେ ସୁମିତ ଉପରେ ପୁଲିସର ସନ୍ଦେହ ବଢିଥିଲା। ଚଳିତ ବର୍ଷ ଜୁନ୍ ୭ରେ ପଚରା ଉଚରା ସମୟରେ ସୁମିତଠୁ ସବୁ ସତ ବାହାର କରିଛି ପୁଲିସ।
ସୁମିତ କହିଛି ଯେ, ବିନୋଦଙ୍କ ପତ୍ନୀ ନିଧି ସହ ତାଙ୍କର ଏକ ଜିମରେ ଦେଖା ହୋଇଥିଲା। ଏହା ପରେ ସେମାନେ ବନ୍ଧୁ ହୋଇଥିଲେ। ବିନୋଦ ଏ ବାବଦରେ ଜାଣିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ଉଭୟ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ପ୍ରଥମେ ଦୁର୍ଘଟଣାରେ ମାରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେଥିରୁ ବର୍ତ୍ତି ଯିବାରୁ ନୂଆ ପ୍ଲାନ୍ କରିଥିଲେ। ବିନୋଦଙ୍କୁ କ୍ଷମା ପ୍ରାର୍ଥନା କରିବା ବାହାନରେ ତାଙ୍କ ଘରକୁ ଯାଇଥିଲା ଦେବ। ସେଠାରେ ପହଞ୍ଚିବା ପରେ ଭିତର ପଟୁ କବାଟ ବନ୍ଦ କରି ତାଙ୍କ ଛାତି ଓ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲା। ପୁଲିସ ଏହି ମାମଲାରେ ନିଧି, ସୁମିତ ଓ ଦେବଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବର୍ତ୍ତମାନ ମାମଲା ବିଚାରାଧୀନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking