16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୧୬ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ଗଣଦୁଷ୍କର୍ମ ପୀଡ଼ିତା

୧୬ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ଗଣଦୁଷ୍କର୍ମ ପୀଡ଼ିତା

ଲକ୍ଷ୍ନୌ : ଉତ୍ତରପ୍ରଦେଶର କାନପୁରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୧୬ଦିନ ଜୀବନ ଓ ମୃତ୍ୟୁ ସହ ହସ୍ପିଟାଲ ବିଛଣାରେ ସଂଘର୍ଷ କରି କରି ଶେଷରେ ହାରି ଯାଇଛନ୍ତି । ପୀଡ଼ିତାଙ୍କ ବାପା କହିଛନ୍ତି, ‘ମୋର ୧୪ବର୍ଷର ଝିଅ ଅଗଷ୍ଟ ୩୦ ତାରିଖ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରର ବାରଣ୍ଡାରେ ପାଠପଢ଼ୁଥିଲା । ମୁଁ ମୋର ସ୍ତ୍ରୀଙ୍କ ସହିତ ଘର ଭିତରେ ଥିଲି । ଏହି ସମୟରେ ଗ୍ରାମର ଇରଫାନ, ଇଜରାଇଲ, ରାଜା ଓ ଇମରାନ ଆସି ମୋ ଝିଅକୁ ଘରକୁ ଜୋରଜବରଦସ୍ତି ଉଠାଇ ନେଇ ଖରାପ କାମ କରିଥିଲେ । ଏହି ସମୟରେ ଆମେ ଝିଅର ପାଟି ଶୁଣି ବାହାରକୁ ଚାଲି ଆସିଥିଲୁ ।

ଏହି ସମୟରେ ଅଭିଯୁକ୍ତମାନେ ଆମକୁ ଦେଖି ଦୌଡ଼ି ପଳାଇ ଯାଇଥିଲେ । ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ । ତା’ପରଦିନ ଅଭିଯୁକ୍ତମାନେ ଧମକ ଦେଇ କହିଥିଲେ ଯଦି ଏହି ଘଟଣା ବିଷୟରେ ପୁଲିସରେ ଅଭିଯୋଗ କର ତେବେ ଖୁବ ଖରାପ ପରିଣାମ ଭୋଗିବାକୁ ପଡ଼ିବ । ଏହାକୁ ସହ୍ୟ କରି ନପାରି ଝିଅ ମୋର କୀଟନାଶକ ଔଷଧ ପିଇ ଦେଇଥିଲା । ଯେଉଁ କାରଣରୁ ତାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ୧୬ଦିନ ଧରି ହସ୍ପିଟାଲରେ ପଡ଼ିବା ପରେ ଶେଷରେ ମୋ ଝିଅ ସବୁଦିନ ପାଇଁ ଆଖିବୁଜି ଦେଇଛି ।’ ଡିସିପି ପୂର୍ବି ଶ୍ରବଣ କୁମାର ସିଂହ କହିଛନ୍ତି, ‘ଘଟଣାର ଅଭିଯୋଗ ହେବାପରେ ସେପ୍ଟେମ୍ବର ୨ ତାରିଖରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇ ଯାଞ୍ଚ କରାଯାଉଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking