18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଆଫଗାନିସ୍ତାନରେ ଉତ୍କଟ ବନ୍ୟା ସ୍ଥିତି : ୩୫ ମୃତ

ଆଫଗାନିସ୍ତାନରେ ଉତ୍କଟ ବନ୍ୟା ସ୍ଥିତି : ୩୫ ମୃତ

କାବୁଲ: ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ତାଲିବାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ସୋମବାର ପୂର୍ବ ଆଫଗାନିସ୍ତାନରେ ବାତ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଲୋକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଓ ସଂସ୍କୃତି ବିଭାଗର ପ୍ରାଦେଶିକ ନିର୍ଦ୍ଦେଶକ ସେଦିକୁଲ୍ଲା କୁରେଶୀ କହିଛନ୍ତି ଯେ ନାଙ୍ଗରହାର ପ୍ରଦେଶରେ ମଧ୍ୟ ଅନେକ ଲୋକ ଆହତ ହୋଇଛନ୍ତି । କୁରେସି କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି ଯେଉଁମାନେ ସୁରଖ ରୋଡ୍ ଜିଲ୍ଲାରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାରେ ପରିବାରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ସେହିପରି ଏହି ଅଘଟଣରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଧନଜୀବନ ଓ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ନାଙ୍ଗରହାରସ୍ଥିତ ଆଞ୍ଚଳିକ ଡାକ୍ତରଖାନାର ମୁଖ୍ୟ ଅମିନୁଲ୍ଲା ସରିଫ୍ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦୭ ଜଣ ଆହତଙ୍କୁ ପ୍ରାଦେଶିକ ରାଜଧାନୀ ଜଲାଲାବାଦ ଏବଂ ଏହାର ଆଖପାଖ ଜିଲ୍ଲାକୁ ଚିକିତ୍ସା ପାଇଁ ଅଣାଯାଇଛି । ଆହତଙ୍କ ପାଇଁ ରକ୍ତଦାନ କରିବା ପାଇଁ ଅନେକ ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking