ଭୁବନେଶ୍ୱର: ୬ ମାସରେ ସମ୍ବାଦପତ୍ରଗୁଡିକୁ ୪୪ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିଲେ । ୬ ମା ସରେ ୪୪କୋଟି ୬ ଲକ୍ଷ ୪୬ ହଜାର ୫୯୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ଏହା ପରେ ଗୃହ ସ୍ୱାଭାବିକ ଚାଲିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଅନ୍ୟପଟେ ପ୍ରଚାର ପ୍ରସାରରେ ୯ କୋଟି ୩୫ ଲକ୍ଷ ୬୩ ହଜାର ୧୫୨ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୪ ଜୁଲାଇରୁ ଆଜି ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି ସରକାର ।










