21.1 C
Bhubaneswar
Wednesday, January 14, 2026
Homeଓଡିଶାମହାକାଳପଡାରେ ପ୍ରଶାସନ ପ୍ରାୟୋଜିତ ଅନାସ୍ଥା ଫେଲ୍‌ମାରିଲା: ବିଜେଡି

ମହାକାଳପଡାରେ ପ୍ରଶାସନ ପ୍ରାୟୋଜିତ ଅନାସ୍ଥା ଫେଲ୍‌ମାରିଲା: ବିଜେଡି

– ଓାରା ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି
– ମହାକାଳପଡାରେ ପ୍ରଶାସନ ଦ୍ୱାରା ପଞ୍ଚାୟତିରାଜ ଆଇନର ଉଲ୍ଲଂଘନ
– କିଣାବିକା କରି ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ପକ୍ଷକୁନେବା ପାଇଁ ବିଜେପିର ହୀନ ଉଦ୍ୟମ

ଭୁବନେଶ୍ୱର: ମହାକାଳପଡ଼ା ପଞ୍ଚାୟତ ସମିତିରେ କିଛି ଦିନ ଧରିଚାଲିଥିବା ରାଜନୈତିକ ଅସ୍ଥିରତା, ଶକ୍ତି ପ୍ରଦର୍ଶନ ଏବଂ ଅନୈତିକ ଭାବେ ପ୍ରଶାସନ ଦ୍ୱାରା ପ୍ରାୟୋଜିତ ଅନାସ୍ଥା ପ୍ରସ୍ଥାବଫେଲ୍‌ମାରିଲାବୋଲି ଆଜି ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳିନରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି।

ଶ୍ରୀ ନାୟକକହିଛନ୍ତି ଯେ, ଶାସକବିଜେପି ଦଳର ନିଶ୍ଚିତ ପରାଜୟଜାଣିବା ପରେଏକକାଳୀନ ୯ଜଣ ସଦସ୍ୟଙ୍କ ଅସୁସ୍ଥତାର ବାହାନାନେଇ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁଜିଲ୍ଲା ପ୍ରଶାସନ ବାତିଲକରିଛନ୍ତି। ଅନାସ୍ଥା ପ୍ରସ୍ତାବଘୋଷଣା ପରେକିଛି ଦିନ ଧଣିସଦସ୍ୟମାନଙ୍କୁ ଧମକ ଦେବାସହଘୋଡାବେପାରକରିବାର ଉଦ୍ୟମ ଫସରଫାଟିବା ପରେବିଜେପି ଦଳ ଓ ପ୍ରଶାସନ ଅନୋନ୍ୟପାୟ ହୋଇବାତିଲ ନିଷ୍ପତ୍ତି ନେଇଛି। ପଞ୍ଚାୟତିରାଜ ଆଇନର ଉଲ୍ଲଂଘନ କରି ମହାକାଳପଡା ପଞ୍ଚାୟତସମିତିର ଅଧ୍ୟକ୍ଷା ଶ୍ରୀମତୀକଳ୍ପନାରାଉତଙ୍କୁକ୍ଷମତାଚ୍ୟୁତକରିବା ପାଇଁଶାସକ ଦଳ ଓ ପ୍ରଶାସନର ଅପଚେଷ୍ଟା ବାବଦରେ ପଞ୍ଚାୟତରାଜବିଭାଗରସଚିବ ଓ ଜିଲ୍ଲାପାଳଙ୍କୁଶ୍ରୀମତୀରାଉତ ଅବଗତ କରାଇଛନ୍ତି।

ଡ଼ମହାନ୍ତିକହିଥିଲେ, ସାରାରାଜ୍ୟରେବିକାଶମୂଳକକାର୍ଯ୍ୟଠପ୍‌ହୋଇଯାଇଛି।ତ୍ରିସ୍ତରୀୟ ପଞ୍ଚାୟତରାଜବ୍ୟବସ୍ଥାକୁ ଦୁର୍ବଳ କରି ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଶାସନ ଦ୍ୱାରାଚାପ ଗ୍ରସ୍ତକରାଇଶାସକବିଜେପି ଦଳ ପକ୍ଷକୁନେବା ପାଇଁଷଡଯନ୍ତ୍ର ଚାଲିଛି।ଢେଙ୍କାନାଳ, କୁକୁଡାଖଣ୍ଡୀ, ବଡମ୍ବା ନରସିଂହପୁରଭଳିସାରାରାଜ୍ୟରେଯେନେତେନ ପ୍ରକାରେକ୍ଷମତାହାସଲକରିବା ପାଇଁବିଜେପି ଉଦ୍ୟମଚଳାଇଛି। ଯାହାଗଣତନ୍ତ୍ରର ପରିପନ୍ଥୀ। ମହାକାଳପଡା ପଞ୍ଚାୟତସମିତିରେବିଜେପି ଓ ଜିଲ୍ଲା ପ୍ରଶାସନଏଭଳିରାଜନୈତିକ ଅନିୟମିତତାରୁ ବିରତରହିବା ପାଇଁ ଆମେ ଆଶା କରୁଛୁ ନଚେତଲୋକଙ୍କସ୍ୱାର୍ଥ ଓ ହକ୍ ପାଇଁବିଜୁଜନତା ଦଳ ନିର୍ଣ୍ଣାୟକ ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି ସତର୍କ କରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking