21.1 C
Bhubaneswar
Friday, February 6, 2026
Homeଓଡିଶାବ୍ୟାସନଗରର ଗଣପର୍ବ ମା କାଳୀପୂଜା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ 

ବ୍ୟାସନଗରର ଗଣପର୍ବ ମା କାଳୀପୂଜା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ 

ଯାଜପୁର: ପାଖେଇ ଆସୁଛି ଜଗତ୍ ଜନନୀ ମାଆ ଶ୍ୟାମା କାଳୀଙ୍କ ପୂଜା ଜଗତ ଜନନୀ ମା କାଳି ଧରା ଧାମ କୁ ଓଲ୍ଲାଇ ଆସିବେ l ମା ଙ୍କୁ ଦୀପ ଓ ବାଣ ରେ ସ୍ୱlଗତ କରିବା ପାଇଁ ବାଣ ଦୀପ ଦୋକାନଗୁଡିକ ବିଭିନ୍ନ ଅଞ୍ଚଳ ରେ ପସରା ମେଲାଇ ଲାଣି ଆଉ କିଛି ଦିନର ଅପେକ୍ଷା ଅନ୍ତ ଘଟିବ ପୂଜାମଣ୍ଡବ ଗୁଡିକ ରେ. ମା ଙ୍କ ର ମୃତ୍ତି ନିର୍ମାଣ କରିବା ପାଇଁ ଦିନ ରାତି ମୃତ୍ତି ଗଠନରେ ଲାଗି ପଡିଛନ୍ତି l ମା ଙ୍କୁ ସ୍ଵlଗତକରିବା ପାଇଁ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିବ ଘଣ୍ଟଘଣ୍ଟା ଢୋଲ ଓ ମହୁରୀର ତାଳେ ତାଳେ ମୁଖରିତ ହେବ ବ୍ୟାସନଗର ସହର। ଧୂପ ଓ ଝୁଣାରେ ମହକି ଉଠିବ ପୁରପଲ୍ଲୀ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆଗମନ କରିବେ ମା ଜଗତ୍ ଜନନୀ କାଳୀ ମା । ଶରତ ଋତୁ ଆଗମନରେ ସବୁଆଡେ ପାର୍ବଣର ମାହୋଲ ଧିରେ ଧିରେ ପବନର ସ୍ପର୍ଶରେ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ସବୁଆଡେ ଖେଳିଯାଇଛି । ଅପେକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠକୁ ବିରାଜିବେ ଜଗତଜନନୀ ମା’କାଳୀ । ମା’ଙ୍କ ଆଗମନକୁ ନେଇ ସବୁଆଡେ ଏବେ ଖୁସିର ଆସର ଜମିଲାଣି । ଯାଜପୁର ଜିଲ୍ଲା ଐତିହାସିକ କଳା ସଂସ୍କୃତିର ମାଟି ବ୍ୟାସନଗରଠାରେ ଚଳିତବର୍ଷ ମହା ଆଡମ୍ବରରେ ଅନୁଷ୍ଠିତ ହେବ ମା’ଙ୍କକାଳୀ ପୂଜା । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ତଥା ବ୍ୟାସନଗର ସହରର ଗଣପର୍ବ ମା ଶ୍ୟାମାକାଳୀଙ୍କ ଉତ୍ସଵ l ଏନେଇ ବହୁ ବିଳମ୍ବ ରେ ପ୍ରଶାସନ ପୋଲିସ ପକ୍ଷରୁ ସହର ଶାନ୍ତି ଶୃଙ୍ଖଳା ରେ ଶ୍ୟାମା କାଳି ପୂଜା ର ଉତ୍ସବ ପାଳନ କରିବା ପାଇଁ ବ୍ୟାସଦେବ ଟାଉନହଲ ଠାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକଟି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ତେବେ ଚଳିତ ବର୍ଷ ବ୍ୟାସନଗର ସହରର କାଳୀପୂଜା ଉତ୍ସବ ବେଶ ଆଡମ୍ବରରେ ହେବ, ପ୍ରଶାସନ ତରଫରୁ କଢ଼ା ସୁରକ୍ଷା ଯୋଗାଇ ଦିଆଯିବ ଏବଂ ୧୮ ଗୋଟି ପୂଜା ମଣ୍ଡପ ତରଫରୁ ଆସିଥିବା ବିଦ୍ୟୁତ, ପାଣି, ରାସ୍ତା, ଆଲୋକ, ଡ୍ରେନ ମରାମତି ଓ ସଫେଇ ଓ ସୁରକ୍ଷା ବ୍ୟବସ୍ଥା ଭଳି ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧନ କରାଯିବ ବୋଲି ଶ୍ରୀଯୁକ୍ତ ନନ୍ଦ କହିଥିଲେ
ତେବେ ଚଳିତ ବର୍ଷ ନୂତନ ଭାବେ ଯୋଡ଼ି ହୋଇଥିବା ଷ୍ଟାଡିୟମ ରୋଡ଼ କାଳୀ ପୂଜା ମଣ୍ଡପ ସହିତ ଚୋରଦା, ଚାନ୍ଦମା, କହ୍ନେଇ ପୁର, ଧବଳଗିରି, କଲେଜ ଛକ, ଅରୟାନ କ୍ଲବ, ରାଧାନାଥ ମାର୍ଗ, ବ୍ୟାଙ୍କଷ୍ଟ୍ରିଟ, ଗୋପବନ୍ଧୁ ନଗର, ଷ୍ଟେସନବଜାର, ନହକା, ଷ୍ଟିଲ ସିଟି, ଦଳା, କୋପଣ୍ଡ, ବେନାର ଓ ନୂଆ ମାର୍କେଟ ମିଶି ମୋଟ ୧୮ ଗୋଟି ମାଙ୍କ ମେଢ଼ ହେବ l ଏହି ଗଣପର୍ବ ଚଳିତ ମାସ ୨0 ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧0 ଦିନ ଧରି ପାଳନ ହେବ l ଏବଂ ଶେଷ ଦିନରେ ମେଲଣ ଉତ୍ସଵ ବେଶ ଧୂମଧାମରେ ପାଳନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି l ଅନୁଷ୍ଠିତ ବୈଠକରେ ଜିଲ୍ଲା ଅତିରିକ୍ତ ଏସ.ପି ସୁପ୍ରେସନ ନାୟକ, ଏସ.ଡି.ପି.ଓ ଲକ୍ଷ୍ମୀଧର ସ୍ୱାଇଁ, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ଯାଜପୁର ରୋଡ଼ ଥାନାଧିକାରୀ ଆଶିଷ କୁମାର ସାହୁ, କୋରାଇ ଥାନାଧିଆରୀ ରାକେଶ ତ୍ରିପାଠୀ, ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଓ ପୌର ନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀ ପ୍ରମୁଙ୍କ dହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ତେବେ ସହରର ୧୮ ଗୋଟି ପୂଜା ମଣ୍ଡପର ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ଉପସ୍ଥିତ ରହିଥିବା ସଂଗେ ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ମାନେ ମଧ୍ଯ ଉପସ୍ଥିତ ରହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking