18.1 C
Bhubaneswar
Thursday, February 5, 2026
Homeଓଡିଶାସାଢେ ୧୧ଟା ଯାଏଁ ଗୃହ ମୁଲତବି

ସାଢେ ୧୧ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ଧୋଇ ହୋଇଗଲା ପ୍ରଶ୍ନକାଳ । କେବଳ ୧୬ ମିନିଟ ଚାରିପାରିଲା ଗୃହ । ପ୍ରଶ୍ନକାଳ ଆରମ୍ଭରୁ ହିଁ  କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ଗତକାଲି ବେସରକାରୀ  କାର୍ଯ୍ୟଦିବସ ରହିଥିଲା। କଂଗ୍ରେସ ପକ୍ଷରୁ ଆଗତ ହେବାକୁ ଥିବା ସଂକଳ୍ପ ଏବଂ ବିଲ ଉପସ୍ଥାପନା ପାଇଁ ସମୟ ନ ଦେବାରୁ ନାରାବାଜି କରିଥିଲେ।  ବିଧାନସଭାରେ ସେମାନଙ୍କୁ ତାହା ଉପସ୍ଥାପନା କରିବା ପାଇଁ ସୁଯୋଗ ମିଳିନଥିଲା । ଯାହାକି ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଏହି ଅଭିଯୋଗ ଆଣି  ଆଜି କଂଗ୍ରେସ ବିଧାୟକମାନେ ପ୍ରଶ୍ନକାଳ ଆରମ୍ଭରୁ ହିଁ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରି ହୋହଲ୍ଲା ସୃଷ୍ଟି କରିଥିଲେ। ଅନ୍ୟପଟେ ଗୃହରେ ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ,ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking