24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆଦିତ୍ୟ ଠାକ୍‌ରେଙ୍କ ଚାଞ୍ଚଲ୍ୟକର ଖୁଲାସା; ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ

ଆଦିତ୍ୟ ଠାକ୍‌ରେଙ୍କ ଚାଞ୍ଚଲ୍ୟକର ଖୁଲାସା; ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ

ପୁଣେ: ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବା ବେଳେ ଏହାପୂର୍ବରୁ ଉଦ୍ଧବ ଠାକ୍‌ରେଙ୍କ ରାଜନେତା ପୁଅ ଆଦିତ୍ୟ ଠାକ୍‌ରେ ଏକ ବଡ଼ ବୟାନ୍ ଦେଇଛନ୍ତି। ଆଦିତ୍ୟ ଠାକରେ କହିଛନ୍ତି, ଶିନ୍ଦେ ଗୋଷ୍ଠୀର ପ୍ରାୟ ୮ ଜଣ ବିଧାୟକ ଏବଂ ଜଣେ ମନ୍ତ୍ରୀ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। ଏମାନେ ଉଦ୍ଧବ ଠାକରେଙ୍କୁ କ୍ଷମା ମାଗିବାକୁ ଏବଂ ଦଳକୁ ଫେରିବାକୁ ଚାହୁଁଛନ୍ତି। ବାସ୍ତବରେ ଏମାନେ ନିଜ ଭୁଲ୍ ବୁଝିପାରି ପୁଣିଥରେ ନିଜ ଘରକୁ ଫେରିଆସିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ବାପା ତଥା ଦଳର ମୁଖ୍ୟ ଉଦ୍ଧବ ଠାକରେ କିନ୍ତୁ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ ବିଶ୍ୱାସଘାତକଙ୍କୁ ସେ କଦାପି କ୍ଷମା କରିପାରିବେନାହିଁ। ତେବେ ଆଦିତ୍ୟ ଠାକ୍‌ରେଙ୍କ ଏପ୍ରକାର ଦାବି ନିର୍ବାଚନ ପୂର୍ବରୁ ସମଗ୍ର ମହାରାଷ୍ଟ୍ରରେ ରାଜନୈତିକ ଉଷ୍ମତାକୁ ବଢ଼ାଇଦେଇଛି। ଅନ୍ୟପକ୍ଷେ ଆଦିତ୍ୟ ଠାକରେଙ୍କ ଏହି ଦାବି ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ଶିନ୍ଦେ ପ୍ରତିକ୍ରିୟା ଦେଇଛନ୍ତି। ସେ ଆଦିତ୍ୟ ଠାକରେଙ୍କୁ ସେମାନଙ୍କ ନାମ କହିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଶ୍ରୀକାନ୍ତ, ଆଦିତ୍ୟ ଠାକରେଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଏପ୍ରକାର ମିଥ୍ୟା ପ୍ରଚାର କରି କିଛି ଲାଭ ମିଳିବନି ବୋଲି କହିଛନ୍ତି। ଆଦିତ୍ୟ ଠାକରେଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଆଦିତ୍ୟ ଯାହା ବି କହୁଛନ୍ତ. ସେସବୁ କହିବା ପୂର୍ବରୁ ପ୍ରଥମେ ସେ ଅନୁସନ୍ଧାନ କରିବା ଉଚିତ୍‌।
ସୂଚନାଯୋଗ୍ୟ, ଜୁନ୍ ୨୦୨୨ରେ ଶିବସେନାରେ ବିଭାଜନ ହୋଇଥିଲା। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ବିଦ୍ରୋହ କରିଥିଲେ ଏବଂ ଉଦ୍ଧବ ଠାକରେଙ୍କୁ ୨୯ ଜୁନ ୨୦୨୨ ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି (ଏମ୍‌ଭିଏ) ସରକାର ପତନ ପରେ ବିଜେପି ସହ ମିଶି ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପ୍ରକାଶ, ଶିବସେନା ଭାଙ୍ଗିବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଉଭୟ ଦଳ ପାଇଁ ବିଶ୍ୱସନୀୟତାର ପ୍ରଶ୍ନ ହୋଇ ରହିଛି। କଂଗ୍ରେସ ଏବଂ ଶରଦ ପୱାରଙ୍କ ସହ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ ଏକନାଥ ଶିନ୍ଦେ ବିଜେପି ଏବଂ ଅଜିତ ପାୱାରଙ୍କ ସହ ମେଣ୍ଟ କରିଛି। ସୂଚନାଯୋଗ୍ୟ, ୨୦ ନଭେମ୍ବରରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି। ସେହିପରି ଭୋଟ ଗଣନା ସହ ଫଳାଫଳ ଘୋଷଣା ୨୩ ନଭେମ୍ବରରେ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking