ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଭୟଙ୍କର ବ୍ୟତିକ୍ରମ । ବର୍ତ୍ତମାନ ସମୟରେ ଏକ ନମ୍ବର ଅପପ୍ରଚାର । ଇସ୍କନର ଅଦିନିଆ ପ୍ରସଙ୍ଗରେ ବଡ ପ୍ରତିକ୍ରିୟା ରଖିଛନ୍ତି, ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି, ଅଦିନିଆ ରଥଯାତ୍ରାକୁ ନେଇ ଆଚାର୍ଯ୍ୟ ଓ ଭକ୍ତମାନେ ଏବେ ମତ ଦେବା ଆବଶ୍ୟକ । କାରଣ ଚୁପ ରହିଲେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବ । ଇସ୍କନକୁ ଅନୁସରଣ କରି ଅନ୍ୟମାନେ ସେହିଭଳି କରୁଛନ୍ତି । ଏହା ଆଗାମୀ ଦିନରେ ଖରାପ ପରମ୍ପରା ସହ ସୃଷ୍ଟି କରିବ । ଶ୍ରୀମନ୍ଦିର ପକ୍ଷରୁ ଇସ୍କନ ସହ ଏ ସମ୍ପର୍କରୁ ଆଲୋଚନା ବିଫଳ ହୋଇଛି । ଗଜପତି ମହାରାଜା କହିଛନ୍ତି ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହି ନାହାନ୍ତି । ଶାସ୍ତ୍ର ମତ ଅନୁଯାୟୀ, ରଥଯାତ୍ରା ପାଳନ ହେବା ଉଚିତ । ଅଦିନିଆ ରଥଯାତ୍ରା ଜଗନ୍ନାଥ ଧାମକୁ ନେଇ ବ୍ୟତିକ୍ରମ କରିଛି । ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟ ସିଂ ଦେବ ।










