28.1 C
Bhubaneswar
Saturday, March 28, 2026
Homeଓଡିଶାମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା

ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା

ଦିଗପହଣ୍ଡି : ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା। ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନରେନ୍ଦ୍ର ସାହୁ ନିଖୋଜ ହୋଇଯାଇଥିଲେ। ବର୍ତ୍ତମାନ୍ ସେ ପାତ୍ରପୁର ବ୍ଲକ ମାରମାରିଆ ଗାଁରେ ଥିବା ସୂଚନା ମିଳିଛି। ଗାଁର ଆଦିବାସୀଙ୍କ ଗ୍ରହଣରେ ସେ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତ ରବିବାର ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଥିଲେ । ସେ ୟୁଟ୍ୟୁବ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାମ କରୁଥିଲେ । ନିଖୋଜ ହେବା ପରେ ଅନ୍ୟ ସାଙ୍ଗ ମାନେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଆଜି ସୁରକ୍ଷିତ ଅବସ୍ଥାରେ ତାଙ୍କର ପତ୍ତା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking