କଟକ: କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଗିରଫ କଲା ଭିଜିଲାନ୍ସ । ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ଗିରଫ ହେବ ପରେ ଆଜି ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ। ଜିତେନ୍ଦ୍ରଙ୍କ ଘରୁ ୭୩ ଲକ୍ଷ କ୍ୟାସ୍ ଓ ପ୍ରାୟ ୩୭ ଲକ୍ଷର ଜମା ଟଙ୍କା ମିଳିଥିଲା । ଏହା ସହ ଭୁବନେଶ୍ୱରରେ ୨ଟି ବହୁତଳ କୋଠା, ୨ ବିଏଚକେ ଫ୍ଲାଟ ଠାବ ହୋଇଥିଲା । ଖୋର୍ଦ୍ଧା ସହରରେ ଗୋଟିଏ କୋଠା, ୪ଟି ପ୍ଲଟ୍, ୫୬୦ ଗ୍ରାମ୍ ସୁନା ମିଳିଥିଲା । ସୂଚନାଯୋଗ୍ୟ, ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଦୁର୍ନୀତି ନିବାରଣ ଶାଖା ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ବରଙ୍ଗାରେ ପଣ୍ଡାଙ୍କ ସହିତ ଜଡିତ ସମ୍ପତ୍ତି ଉପରେ ଏକକାଳୀନ ତଦନ୍ତ କରିଥିଲା । ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ସୂଚନା ଦେଇଛି । ୧୯୯୫ ମସିହାରେ ମାସିକ ୨୦୦୦ ଟଙ୍କା ଦରମାରେ କ୍ୟାରିଅର ଆରମ୍ଭ କରିଥିବା ପଣ୍ଡା ବର୍ତ୍ତମାନ ୧.୨୩ ଲକ୍ଷ ଟଙ୍କା ମୋଟ ଦରମା ପାଆନ୍ତି ।










