22.1 C
Bhubaneswar
Friday, February 13, 2026
Homeଓଡିଶାଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲ୍‌ଦାର

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲ୍‌ଦାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଗୁରୁବାର ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଛ। ସବୁଠାରୁ ବଡ଼ କଥା ହେଉଛି ଯେ ଏହି ମାମଲାରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୨ ଜଣ ରାଜସ୍ୱ ନିରୀକ୍ଷକ ଜଡ଼ିତ ଥିବା ଆଶଙ୍କାରେ ସେମାନଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ନେଇଯାଇଥିବା ସୂଚନା ରହିଛି। ପ୍ରକାଶ ଯେ ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ମାଲିକ ଗତ ୫ ତାରିଖ ଦିନ ବେନିୟମ ଭାବେ ବାଲି ଉଠାଇ ନେଉଥିଲେ। ଏହି ସମୟରେ ବେଲଗୁଣ୍ଠା ରାଜସ୍ୱ ବିଭାଗ କର୍ମଚାରୀମାନେ ଟ୍ରାକ୍ଟରକୁ ଜବତ କରି ନେବା ସହ ୩୦ ହଜାର ଟଙ୍କା ଜୋରିମାନା ପକାଇଥିଲେ। ଏହାପରେ କିଛି କର୍ମଚାରୀ ଜୋରିମାନା ଅର୍ଥ ଠାରୁ ଅଧିକ ଟଙ୍କା ଟ୍ରାକ୍ଟର ମାଲିକଙ୍କୁ ଦାବି କରିଥିଲେ। ଫଳରେ ଟ୍ରାକ୍ଟର ମାଲିକ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ସହ ଯୋଗାଯୋଗ କରିଥିଲେ। ଆଜି ପୂର୍ବ ଯୋଜନା ପ୍ରକାରେ ଟ୍ରାକ୍ଟର ମାଲିକ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ରସିଦ ଠାରୁ ଅଧିକ ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜଣେ କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏଥିସହ ଏହି ମାମଲାରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୨ ଜଣ ରାଜସ୍ୱ ନିରୀକ୍ଷକ ଜଡ଼ିତ ଥିବା ଆଶଙ୍କାରେ ସେମାନଙ୍କୁ ଭିଜିଲାନ୍ସ ଟିମ୍ ଉଠାଇ ନେଇଥିବା ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking