ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏହି ସଡକ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ମୃତ୍ୟୁ ଘଟିଛି । କିଆଖିଆ ନିକଟରେ ଦୁର୍ଘଟଣାରେ ଅତିରିକ୍ତ ଆଇଆଇସି ବବୁର ବାହନ ନାୟକ ମୃତ୍ୟୁବରଣ କରିଛନ୍ତି । କଟକରେ ସ୍ୱସ୍ଥ ପରୀକ୍ଷା କରି ପୁଅ ସହ ବାଇକ୍ରେ ଫେରୁଥିଲେ । ସେହି ସମୟରେ ଦୁର୍ଘଟଣା ଘଟି ଆଇଆଇସିଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।










