28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆଇପିଏଲ୍‌ରେ ଏଣ୍ଟ୍ରି କରିବ ଅଦାନୀ ଗ୍ରୁପ୍‌; ଗୁଜରାଟ ଟାଇଟାନ୍ସ କିଣିପାରନ୍ତି ଗୌତମ ଅଦାନୀ!

ଆଇପିଏଲ୍‌ରେ ଏଣ୍ଟ୍ରି କରିବ ଅଦାନୀ ଗ୍ରୁପ୍‌; ଗୁଜରାଟ ଟାଇଟାନ୍ସ କିଣିପାରନ୍ତି ଗୌତମ ଅଦାନୀ!

ନୂଆଦିଲ୍ଲୀ: ଦେଶର ଲବ୍ଧ ପ୍ରତିଷ୍ଠିତ ଅଦାନୀ ଗ୍ରୁପ୍ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଏଣ୍ଟ୍ରି କରିବାକୁ ଯାଉଛି । ଏସମ୍ପର୍କୀତ ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଅଦାନୀ ଗ୍ରୁପ୍ ଏବେ ଆଇପିଏଲ୍‌ରେ ମଧ୍ୟ ଫ୍ରାଞ୍ଚାଇଜ୍ କ୍ରୟ କରିବ । ତେବେ ପ୍ରାରମ୍ଭିକ ସୂଚନାନୁସାରେ ଅଦାନୀ ଗ୍ରୁପ୍ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛି । ଅଦାନୀ ଗ୍ରୁପ୍‌ର ମାଲିକ ତଥା ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀ, ଗୁଜରାଟ ଟାଇଟନ୍ସକୁୂ କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି । ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଅଦାନୀ ଏହାକୁ କିଣିବ । ସମ୍ପ୍ରତି ସିଭିସି କ୍ୟାପିଟାଲ ନିଜ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସର ଏକ ଛୋଟ ଶେୟାର ନିଜ ପାଖରେ ରଖି ଏବଂ ବଡ଼ ଅଂଶଧନ ବିକ୍ରି କରିବାକୁ ଚାହୁଁଛି ।
୩ ବର୍ଷ ପୁରୁଣା ଗୁଜରାଟ ଟାଇଟାନ୍ସ ଫ୍ରାଞ୍ଚାଇଜର ମୂଲ୍ୟ ୧ ବିଲିୟନ ଡଲାରରୁ ୧.୫ ବିଲିୟନ ଡଲାର ହୋଇପାରେ । ୨୦୨୧ରେ ସିଭିସି ୫,୬୨୫ କୋଟି ଟଙ୍କାରେ ଏହି ଫ୍ରାଞ୍ଚାଇଜ୍ କ୍ରୟ କରିଥିଲା । ତେବେ ଏବେ ଯଦି ଅଦାନୀ ଗ୍ରୁପ୍ ଏହାକୁ ଖରିଦ୍ କରେ ତେବେ ବର୍ତ୍ତମାନ ସମୟରେ ବଜାର ମୂଲ୍ୟ ଅନୁସାରେ ହିଁ ସିଭିସିକୁ ସେୟାର ବଦଳରେ ଏକ ବଡ଼ ପରିମାଣର ଅର୍ଥ କମ୍ପାନୀକୁ ଦେବାକୁ ହେବ । ପ୍ରକାଶ, ୨୦୨୧ ମସିହାରେ ଆଇପିଏଲର ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହେବାର ସୁଯୋଗ ହାତଛଡ଼ା କରିଥିବା ଉଭୟ ଆଦାନୀ ଏବଂ ଟୋରେଣ୍ଟ ଗ୍ରୁପ୍ ଏବଂ ଗୁଜୁରାଟ ଟାଇଟାନ୍ସର ଅଧିକାଂଶ ଅଂଶଧନ କିଣିବା ପାଇଁ ଦୃଢ ଆଶାୟୀ ଅଛନ୍ତି । ଏଭଳି ସ୍ଥିତିରେ ସିଭିସି ପାଇଁ, ଫ୍ରାଞ୍ଚାଇଜ୍‌ରେ ଏହାର ଅଂଶଧନକୁ ମୁନାଫାରେ ପରିବର୍ତ୍ତନ କରିବା ପାଇଁ ଏହା ଏକ ଭଲ ସୁଯୋଗ ଆସିଛି । ଏସବୁ ମଧ୍ୟରେ ଗୁଜରାଟ ଟାଇଟାନ୍ସ ସିଓଓ ଅରବିନ୍ଦର ସିଂ କହିଛନ୍ତି ଯେ, “ପରବର୍ତ୍ତୀ ମିଡିଆ ଅଧିକାର ଆବଣ୍ଟନ ସମୟର ଫ୍ରାଞ୍ଚାଇଜ୍ ଲାଭଦାୟକ ହେବ । ଏପରିକି ମୂଳ ୧୦ ଫ୍ରାଞ୍ଚାଇଜ୍ ଦଳ ଲାଭଜନକ ହେବା ପାଇଁ ୪ରୁ ୫ବର୍ଷ ସମୟ ନେଇଥିଲେ । କିନ୍ତୁ ଆମେ ନିଶ୍ଚିତ ଯେ ଆସନ୍ତା ବର୍ଷ କେବଳ ଲାଭଜନକ ନୁହେଁ, ବରଂ ଆମର ବ୍ରାଣ୍ଡ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ଅଦାନୀ ଗ୍ରୁପ୍‌, ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍‌) ଏବଂ ୟୁଏଇ-ବ୍ରଡ୍ ଇଣ୍ଟରନ୍ୟାସନାଲ ଲିଗ୍ ଟି -୨୦ରେ ନିଜ ଫ୍ରାଞ୍ଚାଇଜ୍ ଦଳ କିଣିବା ପୂର୍ବକ କ୍ରିକେଟ୍ ଭଳି ଖେଳରେ ବ୍ୟାପକ ପରିମାଣର ପୁଞ୍ଜି ବିନିଯୋଗ କରିସାରିଛନ୍ତି । ଏବେ ଆଇପିଏଲ୍‌ରେ ମଧ୍ୟ ଏକ ଫ୍ରାଞ୍ଚାଇଜ୍ ଦଳ ରଖିବାକୁ କମ୍ପାନୀ ଚାହୁଁଛି । ୨୦୨୩ରେ, ଆଦାନୀ ଡବ୍ଲ୍ୟୁପିଏଲ୍‌ର ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌କୁ ୧,୨୮୯ କୋଟି ଟଙ୍କାରେ କିଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking