34.1 C
Bhubaneswar
Friday, June 28, 2024
Homeମନୋରଞ୍ଜନବିବାହ ବନ୍ଧନରେ ବାନ୍ଧି ଅଭିନେତ୍ରୀ ସୋନାକ୍ଷୀ-ଜାହିର

ବିବାହ ବନ୍ଧନରେ ବାନ୍ଧି ଅଭିନେତ୍ରୀ ସୋନାକ୍ଷୀ-ଜାହିର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା-ଜାହିର । ଦୀର୍ଘ ଦିନର ଡେଟିଂ ପରେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କୁ ବିବାହ କରିଛନ୍ତି ସୋନାକ୍ଷୀ । ଗତକାଲି ମୁମ୍ୱାଇରେ ଥିବା ତାଙ୍କର ନୂତନ ଆପାର୍ଟମେଣ୍ଟରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କରିଛନ୍ତି । ଏହି ଅବସରରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଠାରୁ ଆରମ୍ଭ କରି ଅନୀଲ କପୁର, ସଲମାନ ଖାନ, ହୀରାମଣ୍ଡିର ଷ୍ଟାରକାଷ୍ଟ ସାମିଲ ହୋଇଥିଲେ । ତେବେ ବିବାହ ପରେ ପ୍ରଥମ ଫଟୋ ସେୟାର କରିଛନ୍ତି ସୋନାକ୍ଷୀ-ଜାହିର ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି ”ଆଜିର ଦିନ, ୭ ବର୍ଷ ପୂର୍ବେ (୨୩.୦୬.୨୦୧୭) ଆମେ ପରସ୍ପରକୁ ଭେଟିଥିଲୁ ଏବଂ ଆଜି ଏହି ସମ୍ପର୍କକୁ ଆମେ ଏକ ନାମ ଦେଉଛୁ । ଆମେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରି ବିବାହ କଲୁ । ଉଭୟ ପରିବାର ଏବଂ ଆମର ଉଭୟ ଭଗବାନଙ୍କ ଆଶୀର୍ବାଦ ସହ ଆମେ ବର୍ତ୍ତମାନ ସ୍ୱାମୀ ଏବଂ ସ୍ତ୍ରୀ ଅଟୁ ।” ତେବେ ପ୍ରଥମ ଫଟୋରେ ଜାହିର ଇକବାଲ ତାଙ୍କ ପତ୍ନୀ ସୋନାକ୍ଷୀଙ୍କ ହାତକୁ କିସ କରୁଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ, ସେ ତାଙ୍କ ପରିବାର ସହ ନଜର ଆସିଛନ୍ତି ଏବଂ ଜାହିର ଏକ କାଗଜରେ ଦସ୍ତଖତ କରୁଛନ୍ତି । ଶେଷ ଫଟୋରେ, ସୋନାକ୍ଷୀ ତାଙ୍କୁ ହଗ୍‌ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉଭୟ ହ୍ୱାଇଟ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ସୋନାକ୍ଷୀ ହିନ୍ଦୁ ହୋଇଥିବାବେଳେ ମୁସଲିମ ଧର୍ମୀ ଅଟନ୍ତି ଜାହିର । ଧର୍ମ ପରିବର୍ତ୍ତନ କରିବେ ନାହିଁ ସୋନାକ୍ଷୀ । ଏଣୁ ଉଭୟ ୧୯୫୪ର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ଏକ ପଞ୍ଜୀକୃତ ବିବାହ କରିଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର କୌଣସି ରୀତିନୀତି ପାଳନ କରାଯାଏ ନାହିଁ ।ତେବେ ବିବାହ ପରେ ଏହି ଦମ୍ପତି ମୁମ୍ବାଇର ଲିଙ୍କ୍ ରୋଡରେ ଥିବା ରେଷ୍ଟୁରାଣ୍ଟ ବେଷ୍ଟିୟନରେ ରିସେପ୍ସନ ପାର୍ଟି ଆୟୋଜନ କରିଥିଲେ । ପାର୍ଟି ପାଇଁ ସୋନାକ୍ଷୀ ଏକ ଲାଲ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଜାହିର ହ୍ୱାଇଟ ରଙ୍ଗର ଶେରୱାନିରେ ନଜର ଆସିଥିଲେ । ଏହି ପାର୍ଟିରେ ବଲିଉଡର ବହୁ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ । ସଲମାନ ଖାନ, କାଜୋଲ, ରବୀନା ଟଣ୍ଡନ, ଅନୀଲ କପୁର, ଚଙ୍କି ପାଣ୍ଡେ, ହ୍ୟୁମା କ୍ୟୁରେଶୀଙ୍କ ସମେତ ହୀରାମଣ୍ଡି ତାରକା ଅଦିତି ରାଓଙ୍କ ଭଳି ଅନେକ ବଲିଉଡ ତାରକା ଏହି ରିସେପ୍ସନ ପାର୍ଟୀରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking