19.1 C
Bhubaneswar
Tuesday, January 13, 2026
Homeବଲିଉଡମେଡିକାଲରେ ଭର୍ତ୍ତି ହେଲେ ଅଭିନେତା ଶତ୍ରୁଘ୍ନ ସିହ୍ନା

ମେଡିକାଲରେ ଭର୍ତ୍ତି ହେଲେ ଅଭିନେତା ଶତ୍ରୁଘ୍ନ ସିହ୍ନା

ମୁମ୍ବଇ : ମେଡିକାଲରେ ଭର୍ତ୍ତି ହେଲେ ବିଶିଷ୍ଟ ଅଭିନେତା ଶତ୍ରୁଘ୍ନ ସିହ୍ନା । ଶତୃଘ୍ନ ସିହ୍ନା ଜୁହୁରେ ଥିବା ତାଙ୍କ ବଙ୍ଗଳାର ଏକ କୋଠରୀରେ ସୋଫାରୁ ଉଠିବା ସମୟରେ ତଳେ ପଡ଼ିଯାଇଥିଲେ। ଏହା ପରେ ସେ ସାମାନ୍ୟ ଆହତ ହେବା ସହିତ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ କୋକିଳାବେନ୍‌ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ସେ ଡାଇନିଂ ରୁମ୍‌ ସୋଫାରୁ ଉଠି ବାହାରକୁ ଆସୁଥିବା ବେଳେ ଗାଲିଚା ଉପରେ ଝୁଣ୍ଟି ପଡିଯାଇଥିଲେ। ଫଳରେ ତାଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ଶରୀର ମଧ୍ୟରେ କୋୖଣସି ଆଘାତର ଚିହ୍ନ ନାହିଁ। ଏଥିସହିତ ଡାକ୍ତରମାନେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି । ଏହାରି ମଧ୍ୟରେ ଚର୍ଚ୍ଚା ହେଉଥିଲା ଯେ ଶତୃଘ୍ନ ସିହ୍ନାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏଠାରେ କହି ରଖୁଛି ଯେ ଶତୃଘ୍ନ ସିହ୍ନାଙ୍କ ଅସ୍ତ୍ରୋପଚାର ଖବରକୁ ଉତ୍ସ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛି। ଏହାରି ମଧ୍ୟରେ ଶତୃଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଏବଂ ଅସ୍ତ୍ରୋପଚାର ବିଷୟରେ ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିବା ସହିତ କହିଥିଲେ ଯେ ତାଙ୍କ ଶତୃଘ୍ନଙ୍କୁ ଭାଇରାଲ୍ ଜ୍ୱର ହୋଇଛି ଏବଂ ଏଭଳି ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ। ଏହା ବ୍ୟତୀତ ସମସ୍ତ ପ୍ରକାରର ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି କି ଶତୃଘ୍ନଙ୍କର ସମ୍ପୂର୍ଣ୍ଣ ଶରୀର ଚେକଅପ କରାଯାଇଛି। ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବାପା ସମ୍ପୂର୍ଣ୍ଣ ଠିକ ରହିଛନ୍ତି। ଜୁନ୍‌ ୨୩ ତାରିଖରେ ଶତ୍ରୁଘ୍ନଙ୍କ ଝିଅ ସୋନାକ୍ଷୀ ଏବଂ ଜାହିର୍‌ ଇକ୍‌ବାଲଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଅଭିନେତା ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଝିଅ ଜ୍ବାଇଁ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking