25.1 C
Bhubaneswar
Saturday, February 14, 2026
Homeବଲିଉଡହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଗୋବିନ୍ଦା

ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଗୋବିନ୍ଦା

ନୂଆଦିଲ୍ଲୀ : ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଗୋବିନ୍ଦା। ଅକ୍ଟୋବର ୧ ତାରିଖରେ ଅଭିନେତା ଗୋବିନ୍ଦାଙ୍କ ସହିତ ଏକ ଅଘଟଣ ଘଟି ଯାଇଥିଲା। ବିମାନବନ୍ଦରକୁ ବାହାରୁ୍‌ଥିବା ସମୟରେ ଘ‌ରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟିଯିବାରୁ ଅଭିନେତା ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ‌ଗୋଡ଼ର ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯାଇଥିଲା। ତିନିଦିନ ଧରି ଆଇସିୟୁରେ ରହିଥିଲେ ଗୋବିନ୍ଦା। ଏହି ସମୟରେ ସୁପରଷ୍ଟାରଙ୍କୁ ଭେଟିବା ପାଇଁ ଅନେକ କଳାକାର ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିବା ସମୟରେ ତାଙ୍କ ଧର୍ମପତ୍ନୀ ସୁନୀତା ‌ଘରେ ‌ନଥି‌ଲେ। ସେ ସ୍ବାମୀଙ୍କ ସହିତ ଏଭଳି ଘଟଣା ଘଟିଥିବା ଖବର ପାଇବା ପରେ ତୁରନ୍ତ ଆଇସିୟୁରେ ଆସି ପହଞ୍ଚିଥିଲେ। ଅକ୍ଟୋବର ୪ ତାରିଖ ଶୁକ୍ରବାର ଦିନ ଗୋବିନ୍ଦାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି।ଗୋବିନ୍ଦାଙ୍କୁ ନେବାକୁ ଆସିଥିବା ସ୍ତ୍ରୀ ସୁନୀତା ଗଣମାଧ୍ୟମଙ୍କ କଥା ଉତ୍ତର ଦେଇ କହିଥିଲେ, ‘ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଗୋବିନ୍ଦା ତ ଏବେ ଛଡା ହୋଇ ପାରୁ ନାହାନ୍ତି। ତଥାପି ମୁଁ ଆପଣମାନଙ୍କ ପାଇଁ ହୁଇଲଚେୟାରରେ ବସି ଗାଡ଼ିଯାଏଁ ଆସିବା ବେଳେ କିଛି ସମୟ ଗୋବିନ୍ଦାଙ୍କ ସହ ପାଇଁ କଥା କରାଇଦେବି।’ଗୋବିନ୍ଦା ହୁଇଲଚେୟାରରେ ହସ୍ପିଟାଲରୁ ବାହାରକୁ ଆସିଥିଲେ। ଏଥିସହିତ ସ୍ତ୍ରୀ ସୁନୀତାଙ୍କ ସହିତ ଗୋବିନ୍ଦାଙ୍କ ପାଖରେ ପରିବାରର ବାକିସଦସ୍ୟ ବି ଉପସ୍ଥିତ ଥିଲେ। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କ୍ରିଟିକେୟାର ଏସିଆ ହସ୍ପିଟାଲର ଡାକ୍ତର ରମେଶ ଅଗ୍ରୱାଲ କହିଛନ୍ତି ଯେ ଅଭିନେତାଙ୍କୁ ତିନି-ଚାରି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତାଙ୍କର ବର୍ତ୍ତମାନ ଫିଜିଓଥେରାପି ଏବଂ ବ୍ୟାୟାମ ଚାଲିଛି। ବର୍ତ୍ତମାନ ସେ ଛିଡ଼ା ହୋଇ ପାରିବେ ନାହିଁ କିନ୍ତୁ ଭଲ ଅଛନ୍ତି। ଆମେ ତାଙ୍କୁ ହସ୍ପିଟାଲରୁ ଛୁଟି କରି ଦେଇଛୁ। ୩ରୁ୪ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପଡିବ। ସେ ଘରେ ବିଶ୍ରାମ ନେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking