22.1 C
Bhubaneswar
Thursday, February 12, 2026
Homeଓଡିଶାସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୁଦ୍ଧାଦିତ୍ୟ ନଚେତ ତୀବ୍ର ବିରୋଧର ଶିକାର ହେବେ : ଯୁବ...

ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୁଦ୍ଧାଦିତ୍ୟ ନଚେତ ତୀବ୍ର ବିରୋଧର ଶିକାର ହେବେ : ଯୁବ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଆ କଳାକାର ବୁଦ୍ଧାଦିତ୍ୟ ମହାନ୍ତି ସାମାଜିକ ଗଣମାଧ୍ୟମରେ ଲସେନ୍ସ ବିଷ୍ନେଇଙ୍କ ସପକ୍ଷରେ ଯାଇ କଂଗ୍ରେସ ଦଳର ସର୍ବୋଚ୍ଚ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଉପରେ ସାମାଜିକ ଗଣମାଧ୍ୟମରେ ଯେଉଁ ଭଳି ଭାବରେ ହୀନ ଏବଂ ଦାୟିତ୍ୱହୀନ ପୋଷ୍ଟ କରିଥିଲେ ଏହାକୁ ନେଇ ବୁଦ୍ଧାଦିତ୍ୟଙ୍କ ଉପରେ ବର୍ଷିଛି ଯୁବ କଂଗ୍ରେସ। ଆଜି ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ଠାରେ ଯୁବ କଂଗ୍ରେସ ନେତା ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମୀଳନୀ କରି କହିଛନ୍ତି ଯେ ବୁଦ୍ଧାଦିତ୍ୟଙ୍କ ଏପରି ବୟାନ ବାଜିରୁ ସ୍ପଷ୍ଟ ଅନୁମେୟ ତାଙ୍କର ମାନସିକ ଭାରସାମ୍ୟ ଠିକ୍ ନାହିଁ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଘାତ ପହଞ୍ଚାଇଅଛି।

ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ହେଉଛନ୍ତି ସାରା ଭାରତ ବର୍ଷର ଯୁବକ ମାନଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣା। ଆମ ନେତା ରାହୁଲ ଗାନ୍ଧୀ ଆମ ମାନଙ୍କର ହୃଦୟରେ ଅଛନ୍ତି। ତେଣୁ ଆମମାନଙ୍କୁ ବୁଦ୍ଧାଦିତ୍ୟଙ୍କ ଟିପ୍ପଣୀ କଷ୍ଟ ପହଂଚାଇଅଛି। ଶ୍ରୀ ସାମଲ ଆହୁରି ମଧ୍ୟ କହିଛନ୍ତି ବୁଦ୍ଧାଦିତ୍ୟ ପୋଷ୍ଟଟିକୁ ଖାଲି କାଟି ଦେଲେ ତାଙ୍କ ଦୋଷ କ୍ଷମା କରାଯାଇ ପାରିବ ନାହିଁ। ବୁଦ୍ଧାଦିତ୍ୟ ଲରେନ୍ସ ବିଷ୍ନୋଇ ସହ କ’ଣ ସଂପର୍କ ଅଛି ତାହା ତଦନ୍ତ କରାଯାଉ।

ଯଦି ବୁଦ୍ଧାଦିତ୍ୟ ସର୍ବ ସମ୍ମୁଖରେ ଶ୍ରୀମାନ ରାହୁଲ ଗାନ୍ଧୀ ଏବଂ କଂ୍େରଗସ କର୍ମକର୍ତା ମାନଙ୍କୁ କ୍ଷମା ପ୍ରାର୍ଥନା ନ କରନ୍ତି ତାହାଲେ ତାଙ୍କୁ ଓଡ଼ିଶାର ରାଜ ରାସ୍ତାରେ ଯୁବ କଂଗ୍ରେସ ତିବ୍ର ବିରୋଧ କରିବା ସହ ସେ ଯେଉଁ ଜାଗାକୁ ଅଭିନୟ ସୁଟିଂ କରିବାକୁ ଯିବେ ସେଠାରେ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯିବ। ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏତଲା ଉପରେ ମଧ୍ୟ କମିଶନରେଟ ପୁଲିସ ତଦନ୍ତ କରି ବୁଦ୍ଧାଦିତ୍ୟଙ୍କ ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଏଭଳି ଟିପ୍ପଣୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ହୋଇଥାନ୍ତା ତାହାଲେ ବୁଦ୍ଧାଦିତ୍ୟ ଏବେ ଜେଲ୍‌ରେ ଥାଆନ୍ତେ। ଯେହେତୁ ଶ୍ରୀ ରାହୁଲ ଗାନ୍ଧୀ ବିରୋଧ ଦଳ ନେତା ତାଙ୍କ ଉପରେ ବୟାନବାଜି ପାଇଁ ଅଲଗା ନିୟମ କ’ଣ ପାଇଁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହମ୍ମଦ ପରଭେଜ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking