ନୂଆଦିଲ୍ଲୀ : ଅଲ୍ଲୁ ଅର୍ଜୁନଙ୍କୁ ଜେଲ ନା ବେଲ । ଏସବୁ ଦ୍ୱନ୍ଦ୍ୱ ଭିତରେ ଅଭିନେତା ଅଲ୍ଲୁ ଅର୍ଜୁନକୁ ଜାମିନ ମିଳିନି ଜେଲ ଗଲେ ଅଭିନେତା । ପୁଷ୍ପା ୨ ସ୍କ୍ରିନିଂ ବେଳେ ଯେଉଁ ଦଳା ଚକଟା ଘଟଣା ଟି ହୋଇଥିଲା ଯେଉଁ ମହିଳାର ମୃତ୍ୟୁ ହୋଇଥିଲା ଏହି ମାମଲାରେ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଲ୍ଲୁ ଅର୍ଜୁନଙ୍କ ସହ ତାଙକ୍ ବଡି ଗାର୍ଡକୁ ମଧ୍ୟ ପୋଲିସ ଉଠାଇ ଆଣିଥିଲା । ଏସବୁ ଭିତରେ ଶୁଣାଣି ହୋଇ କୋର୍ଟରେ ହାଜର ହୋଇ ଶୁଣାଣି ଚାଲିଥିଲା । ଅଲ୍ଲୁ ଅର୍ଜୁନ ଜାମିନ ପାଇଁ ଆବେଦନ ଆରମ୍ଭ କରିଥିଲେ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ । ଚଞ୍ଚଲଗୁଡା ସେଣ୍ଟାରଲ ଜେଲ ସମ୍ମୁଖରେ ସୁରକ୍ଷା କଡାକଡି କରାଯାଇଛି । ଜାମିନ ଆବେଦନ ଖାରଜ ପରେ ଜେଲ ଗଲେ ଅଭିନେତା ଅଲ୍ଲୁ ଅର୍ଜୁନ ।