31.1 C
Bhubaneswar
Monday, March 30, 2026
Homeଓଡିଶାସମୟରେ କାମ ନସରିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ସମୟରେ କାମ ନସରିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ବର: ବିଜେପି ସରକାରରେ କୌଣସି ମିଥ୍ୟା ବିଲ୍ କିମ୍ବା ମିଥ୍ୟା ଟେଣ୍ଡର୍ ହୋଇପାରିବ ନାହିଁ। ଏଭଳି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଯଦି କିଛି ଘଟଣା ସାମ୍ନାକୁ ଆସେ, ବିଭାଗ ପଦକ୍ଷେପ ନେବ । କେହି ଧରା ପଡ଼ିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। । ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ନେଇ ସୂଚନା ଦେଇଛନ୍ତି ।ମନ୍ତ୍ରୀ ଆହୁରି କହିଛନ୍ତି, ଟେକ୍ନିକାଲ ସେକ୍ଟରରେ କିଛି ଏଜେନ୍ସି କାମ କରୁଛନ୍ତି। ବିଗତ ଦିନରେ ବି କାମ କରୁଥିଲେ। ଆଗାମୀ ଦିନରେ ବି କାମ କରିବେ। ଆଇଆଇଟି ଖଡଗପୁର, ଆଇଆଇଟି ରୁର୍କି ଭଳି ବିଭିନ୍ନ ସଂସ୍ଥାକୁ ଡିପିଆର୍‌ କାମ ଦିଆଯାଉଛି। ଯେଉଁ ସଂସ୍ଥା ଭଲ କରୁଛି ସେ ଡିପିଆର୍‌ ପ୍ରସ୍ତୁତ କଲେ କାମର ମାନ ବଢ଼ିବ। ସମୟ ଅନୁସାରେ କାମ ନସାରିଲେ କାଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ମନ୍ତ୍ରୀ । ସମୟ ଅବଧି ଭିତରେ କାମ ନସରିରଲେ ଦାୟୀ ରହିବେ ଅଧିକାରୀ । ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ରବି ନାଏକ । ୨୦୩୬ ସୁଦ୍ଧା ୩୦ରୁ ୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି । ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ଅଛି । ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking