ଭୁବନେଶ୍ୱର: ଖଟି କରୁଥିବା ଅଧ୍ୟାପିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ । କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହୋଇପାରେ ଦରମା । ଏନେଇ ବିଭାଗ ପକ୍ଷରୁ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା । କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ । କ୍ଲାସ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍ରେ ବ୍ୟସ୍ତ ଥିଲେ । ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀର ବ୍ୟାପକ ଉଲ୍ଲଂଘନ ନଜରକୁ ଆସିଥିଲା ।










