ଭୁବନେଶ୍ୱର: ଛୁଟି ସମୟରେ ସ୍କୁଲ ଖୋଲିଲେ ହେବ କାଯ୍ୟାନୁଷ୍ଠାନ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାର ସୂଚନା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅବମାନନା ହେଲେ କାଯ୍ୟାନୁଷ୍ଠାନ । ଘରୋଇ ସ୍କୁଲକୁ ସୁରେଶ ପୂଜାରୀ କଡା ତାଗିଦ କରିଛନ୍ତି । ସୂଚନା ଥାଉ କି,ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତି ନେଇଛନ୍ତି। ଆସନ୍ତାକାଲି, ଅର୍ଥାତ୍ ଏପ୍ରିଲ ୨୩, ୨୦୨୫ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ପରବର୍ତୀ ନିର୍ଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।